ହୋଲି ଖେଳିବେନି ଯବାନ

0

( ରାୟଗଡା / ମନୋଜ କୁମାର ସାହୁ): ପୁଲୱାମା ଆତଙ୍କବାଦୀ ହମଲାରେ ଶହିଦ ଯବାନଙ୍କ ପରିବାରକୁ ସଂହତି ତଥା ସମବେଦନା ଜଣାଇବା ଉଦ୍ଦେଶ୍ୟରେ ହୋଲି ପାଳିଲେ ନାହିଁ ସିଆରପିଏଫ ଯବାନ । ପ୍ରତିବର୍ଷ ହୋଲିକୁ ଏକ ଭାଇଚାରାର ପର୍ବ ଭାବେ ସ୍ଥାନୀୟ ଜନସାଧାରଣଙ୍କ ସହ ଧୁମଧାମରେ ସିଆରପିଏଫ ଯବାନ ପାଳିଆସୁଥିବା ବେଳେ ଚଳିତ ବର୍ଷ ରାୟଗଡା ସ୍ଥିତି ୪ର୍ଥ ବଟାଲିଅନ ସିଆରପିଏଫ କ୍ୟାମ୍ପରେ ତାହା ଦେଖିବାକୁ ମିଳିନାହିଁ । ବରଂ ସାଥି ସହୀଦ ଯବାନଙ୍କ ଆତ୍ମାର ଶାନ୍ତି ପାଇଁ କ୍ୟାମ୍ପ ପରିସରରେ ଥିବା ମନ୍ଦିରରେ ପୂଜାର୍ଚନା କରିଛନ୍ତି ଯବାନ ।