ଟୁଇଟରରେ ଲାଇଭ ଆସି ଅଭିଯୋଗ ଶୁଣିବେ କ୍ରୁଟ ଏମଡି ଅରୁଣ ବୋଥ୍ରା

0

ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କୁ ଆଉ ହେବନି ଅସୁବିଧା । ଦୈନନ୍ଦିନ ଜୀବନରେ ନିଜର କାର୍ଯ୍ୟ ପାଇଁ ମୋ ବସ ଉପରେ ନିର୍ଭର କରୁଥିବା ପ୍ରତିଦିନିଆ ଯାତ୍ରୀଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । କାରଣ ବିଭିନ୍ନ ସମୟରେ ବିବାଦରେ ରହୁଥିବା ମୋ ବସ’ର ସେବାରେ ଲୋକେ ଅସନ୍ତୁଷ୍ଟ ଜାହିର କରିବା ସହ ଅଭିଯୋଗ କରୁଥିବା ବହୁ ସମୟରେ ଦେଖିବାକୁ ମିଳିଛି । ମୋ ବସ କୁ ନେଇ କିଛି ଅଭିଯୋଗ କିମ୍ବା ପ୍ରସ୍ତାବ ଅଛି କ? ତେବେ ସେ ସବୁର ସମାଧାନ କରିବେ କ୍ରୁଟ ଏମଡି ଅରୁଣ ବୋଥ୍ରା । ସବୁ ଅଭିଯୋଗର ସମାଧାନ ପାଇଁ ଆଜି ସନ୍ଧ୍ୟା ୬ ଟାରେ ନୂଆ କରି ଦାୟିତ୍ୱ ନେଇଥିବା କ୍ରୁଟ ଏମଡି ଅରୁଣ ବୋଥ୍ରା ଟୁଇଟରରେ ଲାଇଭ ଆସିବେ । ଅଭିଯୋଗ ସମାଧାନ ସହିତ ମୋ ବସ କିଭଳି ଆହୁରି ଲୋକ ପ୍ରିୟ ହୋଇପାରବ ସେନେଇ ପ୍ରସ୍ତାବ ଗ୍ରହଣ କରିବେ । କ୍ରୁଟ ଏଭଳି ଏକ କାର୍ୟ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ କରିବାକୁ ଯାଉଛି । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା । ଏହାପରେ ମୋ ବସକୁ ନେଇ ଗଦା ଗଦା ଅଭିଯୋଗ ଥିବାରୁ ଉତ୍ସାହିତ ଅଛନ୍ତି ଲୋକେ ।