କ୍ୟାପସୁଲର ଆବରଣ ସମ୍ପର୍କରେ କିଛି କଥା

0

(ଶୁଭସ୍ମିତା ଦାଶ/ ଭୁବନେଶ୍ୱର): ଆମେ ଖାଉଥିବା କ୍ୟାପସୁଲରେ ଦୁଇ ପ୍ରକାରର ଆବରଣ ଥାଏ । ଏକ ହାର୍ଡ ସେଲ ଓ ଅନ୍ୟଟି ସଫ୍ଟ ସେଲ୍ । ଉଭୟ ଆବରଣ ବାୟୋ-ଡିଗ୍ରେଡେବଲ୍ ସମାଗ୍ରୀରୁ ତିଆରି ହୋଇଥାଏ । ଦୁଇ ପ୍ରକାରର କଭର ଥିବା କ୍ୟାପସୁଲ Aqueous solutions ଭଳି ଏକ ଜୀବ କିମ୍ବା ଗଛପତ୍ରର ପ୍ରୋଟିନରେ ତିଆରି ହୋଇଥାଏ ।
ଯେଉଁ କ୍ୟାପସୁଲର କଭର ପଶୁଙ୍କ ପ୍ରୋଟିନରୁ ତିଆରି ହୋଇଥାଏ, ସେହି ସାମଗ୍ରୀକୁ ଜିଲେଟିନ୍ କୁହାଯାଏ । ଯାହାକି ପଶୁଙ୍କ ହାଡ, ଚର୍ମକୁ ଫୁଟାଇ ବାହାର କରାଯାଏ । ଏହା କୁକୁଡା, ମାଛ, ବାରାହ ଓ ଗାଈ ଏବଂ ତାହାର ପ୍ରଜାତିର ଅନ୍ୟ ପଶୁଙ୍କ ଠାରୁ ପ୍ରସ୍ତୁତ ହୁଏ । ଯେଉଁ କ୍ୟାପସୁଲର କଭର ଗଛର ପ୍ରୋଟିନ୍ କିମ୍ବା ଗଛର ଚୋପାରୁ ତିଆରି ହୁଏ, ସେଥିପାଇଁ ସେଲ୍ୟୁଲୋଜ୍ ପ୍ରଜାତିର ଗଛର ବ୍ୟବହାର କରାଯାଏ । ଜିଲେଟିନ୍ କୋଲେଜନ୍ ରୁ ତିଆରି ହୁଏ । ଏହି ତନ୍ତୁ ଜାତୀୟ ପଦାର୍ଥ ପଶୁଙ୍କ ହାଡ, ଉପାସ୍ଥି ଓ ପେଶୀ ବନ୍ଧ ରେ ପାଇବାକୁ ମିଳେ । ଜିଲେଟିନର ବ୍ୟବହାର ଜେଲି ତିଆରି କରିବାରେ ମଧ୍ୟ ବ୍ୟବହାର ହୁଏ ।
ସ୍ୱାସ୍ଥ୍ୟ ସହ ଜଡିତ ଅନେକ ଗବେଷଣା ଏହା କହେ ଯେ, ଅଧିକାଂଶ ଔଷଧ କମ୍ପାନୀ ପଶୁଙ୍କ ଉତ୍ପାଦରୁ ତିଆରି ଜିଲେଟିନ୍ କଭର ଥିବା କ୍ୟାପସୁଲ ହିଁ ବିକ୍ରି କରନ୍ତି ।