ପୁଣି କିସ୍ତୱାଡାରେ କର୍ଫ୍ୟୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର କିସ୍ତୱାଡାରେ ପିଡିପିର ନେତାଙ୍କ ସୁରକ୍ଷାକର୍ମୀଙ୍କ ଠାରୁ ଆତଙ୍କବାଦୀ ରାଇଫଲ ଛଡାଇ ନେବା ପରେ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଆତଙ୍କୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେଶନ ଚାଲିଛି।
ସୂଚନା ଅନୁଯାୟୀ, ପିଡିପି ନେତା ନସିରଙ୍କ ସୁରକ୍ଷା କର୍ମୀଙ୍କଠାରୁ ଶୁକ୍ରବାର ଆତଙ୍କବାଦୀ ରାଇଫଲ ଛଙ୍ଗାଇ ନେଇଥିଲେ । ଏହି ଖବର ପାଇବା ପରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି କିସ୍ତୱାଡାରେ ହାଇ ଆଲର୍ଟ ଜାରି କରାଯାଇଛି। ସେନା ଏବଂ ପୁଲିସ ଟିମ୍ ସହରରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆତଙ୍କୀମାନଙ୍କୁ ଧରିବାକୁ ଘେରାବନ୍ଦୀ କରାଯାଇଛି। ଚଳିତ ବର୍ଷ କିସ୍ତୱାଡାରେ ଅସ୍ତ୍ର ଛଡାଇ ନେବାର ଏହା ଦ୍ଵିତୀୟ ଘଟଣା । ମାର୍ଚ୍ଚ ୮ରେ କିଛି ଆତଙ୍କୀ ଶହିଦ ମଜାର ଅଞ୍ଚଳରେ ସୁରକ୍ଷାକର୍ମୀ ଦିଲ୍ଲୀପ କୁମାରଙ୍କ ଘରେ ପସି ତାଙ୍କ ନିକଟରୁ ଏକେ-୪୭ ରାଇଫଲ ଏବଂ ୯୦ଟି ଗୁଳି ଛଡାଇ ନେଇଥିଲେ।