କଟକ: କଟକ ଜିଲ୍ଲା ମହାନଗର ନିଗମ ଅଧୀନରେ ବର୍ତ୍ତମାନ ୯୦ରୁ ଉର୍ଦ୍ଧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ଚିକିତ୍ସା ଏବେ ଜାରି ରହିଥିବା କୁହାଯାଉଛି । ଯଦି ଦେଖିବା ତେବେ କଟକ ଡେଙ୍ଗୁ ଆକ୍ରାନ୍ତ ତାଲିକାରେ ୪ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଭୁବନେଶ୍ୱର ଏହାପରେ ବାଲେଶ୍ୱର ଓ ପୁରୀ ଜିଲ୍ଲା ରହିଥିବା ବେଳେ ଚତୁର୍ଥ ସ୍ଥାନରେ କଟକ ରହିଛି । କିଛି ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି କଟକ ସିଡିଏମଓ ।