ଆସନ୍ତାକାଲି କଟକ ସହରରେ ଉଦଘାଟନ ହେବ କଟକ ନେତାଜୀ ବସ ଟର୍ମିନାଲ

0

କଟକ: ଆସନ୍ତାକାଲି କଟକ ସହରରେ ଉଦଘାଟନ ହେବ କଟକ ନେତାଜୀ ବସ ଟର୍ମିନାଲ। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ହୋଇଛି ଏହି ଟର୍ମିନାଲ । ଏଥିପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ଏହି ବସ ଟର୍ମିନାଳରେ। ଅଗାମୀ ଦିନରେ ଏହି ଟର୍ମିନାଲ ସାରା ରାଜ୍ୟ ପାଇଁ ଏକ ଉଦାହରଣ ପାଳଟିବାକୁ ଯାଉଛି। ବସ ଟର୍ମିନାଲର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଛି ଆହାର କେନ୍ଦ୍ର। ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି ମିଶନ ଶକ୍ତି ମହିଳା ମାନେ। ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଏହି ଆହାର କେନ୍ଦ୍ରରେ ଉପଲବ୍ଧ ହେବ । ତେବେ ବସ ଟର୍ମିନାଲ ଉଦଘାଟନ ନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି।