ସାଇବର ଠକଙ୍କ ଟାର୍ଗେଟରେ ଯୁବତୀ
ଭୁବନେଶ୍ୱର, ଆଦର୍ଶ ରାଉତ: ଦିନକୁ ଦିନ ବଢୁଛି ସାଇବର ଠକେଇ । ଲୋକଙ୍କୁ ଠକିବାକୁ ଠକ ଆପଣଉଛନ୍ତି ବିଭିନ୍ନ କୌଶଳ । ବୟସ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଠକିନେଉଛନ୍ତି ମୋଟାଅଙ୍କର ଟଙ୍କା । ଏଥିରୁ ବାଦ ପଡିନାହାନ୍ତି ଯୁବତୀ । ଅଜଣା ନମ୍ବରରୁ ଫୋନକରି ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଉଛନ୍ତି ସାଇବର ଠକ । ଏହି ଧମକରେ ଯେଉଁ ଯୁବତୀ ଡରିଲା ତା ଠାରୁ ଲୁଟି ନେଉଛନ୍ତି ମୋଟା ଅଙ୍କର ଟଙ୍କା । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭଲକରି ଶୁଣନ୍ତୁ ଏହି ଭଏସ କଲକୁ । ଏହି ଭଏସ କଲରେ ଜଣେ ସାଇବର ଠକ ଜଣେ ଯୁବତୀଙ୍କୁ କେଉଁଭଳି ଭାବେ ଡରାଇ ଧମକାଇ ଫସାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯୁବତୀ ଜଣକର ଉପସ୍ଥିତି ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି ।
ଯଦି କୌଣସି ଅଜଣା ନମ୍ବରରୁ ଆପଣଙ୍କ ପାଖକୁ ଏଭଳି ଫୋନ ଆସୁଥାଏ ତେବେ ଆପଣମାନେ ଭୟଭୀତ ନହୋଇ ଡିସିପି ଅଫିସରେ ଥିବା ସାଇବର ହେଲ୍ପ ଡେସ୍କରେ କିମ୍ବା ନିକଟସ୍ଥ ପୁଲିସ ଷ୍ଟେସନରେ ଅଭିଯୋଗ କରନ୍ତୁ । ପୁଲିସ ଆପଣଙ୍କ ପରିଚୟ ଗୋପନ ରଖି ଆପଣଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।