(ସର୍ବେଶ୍ୱର ପାତ୍ର ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତ।ପସି ମେଡିକାଲ ଛକ ଠାରେ ତିତଲି ପ୍ରଭାବ ରେ ଗଛପଡି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ।ରାସ୍ତା ପାଖକୁ ଥିବା ଏକ ବିରାଟ ଚାକୁଣ୍ଡା ଗଛ ରାତିରେ ହୋଇଥିବା ପବନରେ ରାସ୍ତା ଉପରେ ପଡିଯାଇଥିଲା ଯାହାଫଳରେ ଅନୁଗୁଳ ତାଳଚେର କାମାକ୍ଷାନଗର ଯାଜପୁର ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା । ଉଭୟ ପାଖରେ ଅନେକ ଯାନବାହନ ଅଟକି ରହିଥିଲା । ପରେ ସ୍ଥାନିୟ ଲୋକ ମିଶି ଗଛଟିକୁ କାଟି ରାସ୍ଥାକୁ ସଫା କରିଥିଲେ ପରେ ଯାନବାହାନ ସ୍ୱଭାବିକ ଭାବେ ଚଳାଚଳ ହୋଇଥିଲା । କାମାକ୍ଷାନଗର ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।