ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ କରୁଛନ୍ତି ଆରଡିସି

0

(ଅନୁସ୍ୱୟା)ଭୁବନେଶ୍ୱର: ବାତ୍ୟା ବୁଲବୁଲ ତାଣ୍ଡବ ରଚି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବାତ୍ୟା ବୁଲବୁଲ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁରରେ ପ୍ରବଳ ବର୍ଷା ଓ ୭୦ରୁ ୮୦ କିମି ବେଗରେ ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା, ଘର ଦ୍ୱାରା ଭାଙ୍ଗିବା,ବିଦ୍ୟୁଲ ପୋଲ ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ସବୁଠାରୁ ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ।ତେବେ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆରଡିସି ଅନୀଲ କୁମାର ସାମଲ ପହଂଚିଛନ୍ତି । ସେ ଚାନ୍ଦବାଲିର ବିଭିନ୍ନ ଅଂଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି । ସେଠାରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ଚାନ୍ଦବାଲି ବ୍ଲକରେ କେତେ ଫସଲ ହାନି ହୋଇଛି ତାହା ଏଡିଏମ , ଆରଡିସି ଓ ବିଡିଓ ଅନୁଧ୍ୟାନ କରୁଛନ୍ତି । ସେଠାରେ ଅନ୍ୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।