ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି ତିତଲି, ତା ନେଇ ସଜାଗ ଅଛନ୍ତି ଓଡିଶା ସରକାର

0

(ରିପୋର୍ଟସଟୁଡେ): ବଙ୍ଗୋପସାଗରେ ସୃଷ୍ଟି ହୋଇଥିୂବା ସାମୂଦ୍ରିକ ଝଡ ତିତଲି ଧିରେ ଧିରେ ଭୟଙ୍କର ରୂପ ନେଉଛି । ବର୍ତ୍ତମାନ ଏହାର କେନ୍ଦ୍ରସ୍ଥଳ ଗୋପାଳପୁର ବନ୍ଦର ଠାରୁ ମାତ୍ର ୩୨୦ କିଲୋମିଟର ଦୂରରେ ରହିଛି.. ଆସନ୍ତା କାଲି ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ତିତଲି ପ୍ରଭାବ ଆରମ୍ଭ ହୋଇଯାଇଛି । ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ବିଭିନ୍ନ ଜିଲ୍ଲାରେ ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ରହିଥିବାବେଳେ ୫ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ତିତଲିକୁ ନଜରରେ ରଖି ଆସନ୍ତା ୧୨ ତାରିଖ ଯାଏ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାସହ ସେହି ୫ ଟି ଜିଲ୍ଲାରେ ହେବାକୁ ଥିବା କଲେଜ ନିର୍ବାଚନକୁ ମଧ୍ୟ ବାତିଲ କରିଦିଆଯାଇଛି ବୋଲି ସୁଚନା ଦେଇଛନ୍ତି ସିଆରସି ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି ତିତଲି । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇସାରିଛି । ଏବେ ଏହା ଗୋପାଳପୁର ଠାରୁ ୪୧୦ କିଲୋମିଟର ଦୂରରେ ରହିଥିବାବେଳେ କଳିଙ୍ଗପଟ୍ଟନମ ଠାରୁ ୩୪୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତଲି । ଆସନ୍ତା କାଲି ସକାଳ ୧୧ ଟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଗଞ୍ଜାମ, ଗତପତି. ଜଗତସିଂହପୁର, ପୁରୀ, ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ଖୋର୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ ,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗୁଡିକ ପାଇଁ ମଧ୍ୟ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ବାତ୍ୟା ପ୍ରଭାବରେ ୧୦ ଓ ୧୧ ତାରିଖ ୨ ଦନ ଧରି ପ୍ରବଳ ବର୍ଷା ହେବ । ଆସନ୍ତା କାଲି ରାତି ସୁଦ୍ଧା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ପରେ ୧୨ତାରିଖରେ ଉତ୍ତର ଓଡିଶାରେ ଅନେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ୧୨ ତାରିଖ ବେଳକୁ ବାତ୍ୟା ଦୁବ ର୍ଳ ହୋଇ ଡିପ ଡିପ୍ରେସନ ଏବଂ ପରେ ଡିପ୍ରେସନରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ନେଇ ଆକି ଏକ ସମୀକ୍ଷା ବୈଠକରେ ମୂଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।