ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଲା ତିତିଲ.. ଥରିଲା ଦକ୍ଷିଣ ଓଡିଶା, ବିଦ୍ୟୁତ ସରବରାହ ଠପ୍… ଆଜିଠୁ କାଲିଯାଏ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

0

(ସଂଜୁକ୍ତା) : ଥମିଲା ବଡ ଧରଣର କ୍ଷୟ କ୍ଷତି । ପାଣିପାଗ ବିଭାଗର ଆକଳନ ପଶ୍ଚିମବଙ୍ଗ ମୁହାଁ ବାତ୍ୟା ତିତିଲି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତିତିଲି ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗର ମିଳିଥିବା ସୂଚନା ଅନୁସାରେ ତିତିିଲ ଅଳ୍ପ ୨ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।ଏହାର ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସତର୍କ ରହିବାକୁ ଆଇଏମ୍‌ଡି କହିଛି। ଏଥିରେ କୁହାଯାଇଛି ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ଆଠଟା ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ।

ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ। ସେମିତି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହେବ।ସେହିଭଳି ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି ଅନୁମାନ କରିଛି। ଏ ସମୟରେ ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଆଇଏମ୍‌ଡି ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ରେ କୁହାଯାଇଛି, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ତିତ୍‌ଲି’ ଉତ୍ତର-ପଶ୍ଚିମ ମୁହାଁ ହୋଇ ଗତି କରିବ। ତା’ପରେ ଏହା ରି-କର୍ଭ ନେଇ ଉତ୍ତର-ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଆଡ଼କୁ ଯିବ। ଆଜି ମଧ୍ୟାହ୍ନ ବେଳକୁ ଏହା ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଓ ସନ୍ଧ୍ୟା ବେଳକୁ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଆସନ୍ତାକାଲି ସକାଳ ହେଲା ବେଳକୁ ଏହା ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇଯିବ।