ଆସୁଛି ତିତଲି

0

( ପ୍ରଶାନ୍ତ ସ୍ୱାଇଁ): ଆସୁଛି ବାତ୍ୟା ତିତଲି । ଏହାର ପ୍ରଭାବରେ ବାତ୍ୟାର ଆଶଂକାକୁ ନେଇ ପାରାଦିପ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ମାଛଧରିବାପାଇଁ ବାରଣ କରାଯାଇଥିବାବେଳେ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୁଳକୁ ଫେରିଆସିବାପାଇଁ ଓଡିଶା ସାମୁଦ୍ରୀକ ମତ୍ସ୍ୟ ଉତ୍ପାଦକ ସଂଘ ଓ ତଟରକ୍ଷୀ ବାହିନୀ ପକ୍ଷରୁ କୁଳକୁ ଫେରିଆସିବାକୁ ନିର୍ଦ୍ଦେଷ ଦିଆଯାଇଛି । ତେବେ ମୁହାଁଣ ମୁହଁ ପୋତି ହୋଇଯିବାଫଳରେ କିଛି ମତ୍ସ୍ୟଜୀବୀ ବରୁଣେଇ ଦେଇ ଫେରିବାନେଇ ବିଳମ୍ବ ହେଉଥିବା ଓ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ର ଭିତରେ ରହିଛନ୍ତି ।ତେବେ ସଂଘ ପକ୍ଷରୁ ମତ୍ସ୍ୟଜୀବୀ ମାନେ ଫେରିବାର ବ୍ୟବସ୍ଥା କରାଯିବବୋଲି ସଭାପତି ପ୍ରକାଶ କରିଛନ୍ତି ।