ପୁଣି ବାହାମାସ ଆଡକୁ ଆସୁଛି ସାମୁଦ୍ରିକ ଝଡ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶନିବାର ସୁଦ୍ଧା ଆମେରିକାର ବାହାମାସ ଦ୍ୱୀପ ଆଡକୁ ମାଡିଆସୁଛି ଆଉ ଏକ ଭୟଙ୍କର ଘୂର୍ଣ୍ଣି ବଳୟ । ଏହାର ଅବପାତ ଶନିବାର ସୁଦ୍ଧା ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଅଗଷ୍ଟ ଶେଷ ସପ୍ତାହରେ ଡୋରିଆନ ସାମୁଦ୍ରିକ ଝଡ଼ା ଯୋଗୁଁ ଆମେରିକାର ବାହାମାସ ଦ୍ୱୀପ ଛାରଖାର ହୋଇଯାଇଥିଲା । ଏପର୍ଯ୍ୟନ୍ତ ପ୍ରାୟ ୧୩୦୦ ଲୋକ ନିଖୋଜ ଅଛନ୍ତି ।
ଶନିବାର ଆସୁଥିବା ସାମୁଦ୍ରିକ ଝଡର ନାଁ ରଖାଯାଇଛି ହମ୍ବୋର୍ଟୋ । ଏହି ହରିକେନ ଗ୍ରାଣ୍ଡ ବାହାମା ଓ ଆବାକୋ ଦେଇ ଫ୍ଲୋରିଡା ନିକଟରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହା ଦ୍ୱାରା ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ଥିବାବେଳେ ଉଚ୍ଚ ସାମୁଦ୍ରିକ ଜୁଆର ଆସିବାର ସମ୍ଭାବନା ରହିଛି । ତେବେ ଡୋରିଆନ ତୁଳନାରେ ଏହାର ପ୍ରଭାବ କମ ରହିବା ଆଶା କରାଯାଉଛି ।