(ଭୁବନେଶ୍ୱର) : ବାତ୍ୟା ‘ଅସାନି’ ଭୀଷଣ ରୂପ ଧାରଣ କରିସାରିଛି । ବାତ୍ୟାର ପ୍ରଭାବ ସ୍ଥଳଭାଗରେ ବିଶେଷ ପଡ଼ିବ ନାହିଁ । ଅତି ବେଶିରେ ସମୁଦ୍ରକୁ ଲାଗିଥିବା ସ୍ଥଳଭାଗ ଅଞ୍ଚଳରେ ୨୦-୩୦ କିମି ବେଗରେ ପବନ ବହିପାରେ ।
୧୦ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ୧୧ ଓ ୧୨ରେ ଅଧିକ ବର୍ଷା ହୋଇପାରେ । କେତେକ ଜାଗାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଆସନ୍ତା ୧୧ ତାରିଖ ରାତିରୁ ୧୨ ତାରିଖ ସକାଳ ଭିତରେ ଓଡ଼ିଶା ଉପକୂଳର ସବୁଠୁ ପାଖରେ ଥିବ ‘ଅସାନି’ । ୧୨ ତାରିଖ ଅପରାହ୍ନବେଳକୁ ବାତ୍ୟା ଆଉ ନଥିବ । ୧୨ ତାରିଖ ଅପରାହ୍ନ ସାଢ଼େ ୫ଟାବେଳକୁ ପୁରୀଠାରୁ ୯୯ କିମି ଦୂରରେ ଥିବ ।
— Meteorological Centre, Bhubaneswar (@mcbbsr) May 9, 2022
ଆଇଏମଡି ଅନୁଯାୟୀ, ୧୦ ତାରିଖ ରାତିରୁ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୧ରେ ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା (୭୦-୧୧୦ ମିଲିମିଟର) ବର୍ଷା ହୋଇପାରେ ।