( ସଂଜୁକ୍ତା) : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସିନ ରୂପ ନେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର…
ପାଣିପାଗ ବିଭାଗ ନିର୍ଦ୍ଦେଶକଙ୍କ କହିବାନୁଯାୟୀ, ଏହି ବାତ୍ୟା ଏବେ ଓଡ଼ିଶା ଓ ଆନ୍ଧ୍ର ମୁହାଁ ହୋଇଛି। ବର୍ତ୍ତମାନ ଗୋପାଳପୁର ଠାରୁ ୭୨୦ କିଲୋମିଟର ଦୂରରେ ଲଘୁଚାପ ରହିଥିବା ବେଳେ କଳିଙ୍ଗପଟନମରୁ ୬୯୦ କିମି ଦୂରରେ ରହିଛି। ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶାର ସବୁ ବନ୍ଦରରେ ବିପଦ ସଙ୍କେତ ଦିଆଯାଇଛି। ଏହି ସମୟରେ ପବନର ବେଗ ଅଧିକ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
୍ଣସପଟେ ଓୟୁଏଟି କୁଳପତି ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି ଯେ ଲଘୁଚାପ ଓଡିଶା ଉପକୂଳ ନ ଛୁଇଁ ଉପକୂଳ ଦେଇବାଂଲାଦେଶ ଅଭିମୁଖେ ଯିବ । ଉତ୍ତର ପଶ୍ଟିମରୁ ପବନ ବୋହୁଥିବାରୁ ଓଡିଶା ଉପକୂଳ ଆଡକୁ ଲଘୁଚାପ ମୁହାଁଇବାର ସମ୍ଭାବନା ନ ଥିବା ସେ ସୂଚନା ଦେଇଛନ୍ତି । ତେବେ ଏହାର ପ୍ରଭାବରେ ବାଲେଶ୍ୱରରୁ ପୁରୀ ଉପକୂଳ ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।