ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ଡି.ଲିଟ୍. ଉପାଧି ଲାଭ କରିଛନ୍ତି ଡ. ଆଲୋକ ବରାଳ

0

ସେମିଳିଗୁଡା : ଗବେଷଣା ମହାନିବନ୍ଧ ଉପସ୍ଥାପିତ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ଡି.ଲିଟ୍. ଉପାଧି ଲାଭ କରିଛନ୍ତି ଡ. ଆଲୋକ ବରାଳ । ଏହି ଅବସରରେ ସେ ତାଙ୍କର ଗୁରୁ- ଗୁରୁଜନ, ସମଗ୍ର ପରିବାର ବର୍ଗ , ବନ୍ଧୁବାନ୍ଧବ , ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରିବାର ବର୍ଗ, ଗବେଷଣା ନିବନ୍ଧର ପରୀକ୍ଷକଙ୍କ ସମେତ ଯେଉଁମାନେ ତାଙ୍କୁ ସଦଇଛା ସହିତ ସହଯୋଗ କରିଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ପ୍ରାଦାନକରିଛନ୍ତି ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ର . ପ୍ରସନ୍ନ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ମହାନିବନ୍ଧଟି ବାହ୍ୟ ପରୀକ୍ଷକ ଭାବେ ବିଶ୍ୱଭାରତୀ, ଶାନ୍ତିନିକେତନର ପ୍ରାକ୍ତନ ପ୍ରଫେସର ପ୍ର .ନୀଳାଦ୍ରିଭୂଷଣ ହରିଚନ୍ଦନ ଏବଂ ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଚେୟାର ପ୍ରଫେସର ପ୍ର. ଉଦୟନାଥ ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ।ହୋଇଥିଲେ । ଡ. ବରାଳ ସମ୍ପ୍ରତି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିରିଷ୍ଠ ସହାୟକ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ବଲାଙ୍ଗିର ନିବାସୀ ଡ. ବରାଳ , ସ୍ୱର୍ଗତ ବୃନ୍ଦାବନ ବରାଳ ଏବଂ ସ୍ୱର୍ଗତ ସବିତା ମଞ୍ଜରି ବରାଳଙ୍କ ଚତୃର୍ଥ ସନ୍ତାନ ତଥା ସେମିଳିଗୁଡା ନିବାସୀ ଶ୍ରୀ ପଞ୍ଚାନନ ରାଉତ ଏବଂ ଶ୍ରୀମତି କଳ୍ପନା ରାଉତଙ୍କ ଜ୍ୟେଷ୍ଠ ଚାମାତା ଅଟନ୍ତି । ସେମିଳିଗୁଡା ମହାବିଦ୍ୟାଳୟର ଅଧ୍ୟପିକା ଡ. ବିଦ୍ୟୁତପ୍ରଭା ରାଉତ ତାଙ୍କର ଧର୍ମପତ୍ନୀ ଅଟନ୍ତି ।ଏହି ସଫଳତାର ଅବସରରେ ସେ ତାଙ୍କର ମାର୍ଗଦର୍ଶକ ପ୍ରଫେସର ସ୍ୱାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିବାରବର୍ଗ ତଥା କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ସସମ୍ମାନ ଧନ୍ୟବାଦ ଜଣାଇଛନ୍ତି ।