ମହିଳା ଟିଟିଙ୍କ ଦାଦାଗିରି : ମହିଳା ଯାତ୍ରୀଙ୍କୁ ମାଡ ମାରି ହରାଇଲେ ଚାକିରି

0

ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି । ଯାହାପରେ ଲୋକଙ୍କ ମନରେ  ଟିଟିଙ୍କ ପ୍ରତି ଭୟ ସୃଷ୍ଟି ହୋଇଥିଲା ।   କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ଟିଟିଇଙ୍କ ଦବଙ୍ଗଗିିରି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଶିଷ କୁମାର ନାମକ ଜଣେ ଟ୍ଵିଟର ଏହି ଘଟଣାର ଭିଡିଓକୁ ନିଜ ମୋବାଇଲରେ କଏଦ କରିବା ସହ ଏହାକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି

ବରେଲି ଜଙ୍କସନର ପ୍ଲାଟଫର୍ମ ନମ୍ବର ପାଞ୍ଚରେ ତିନିଜଣ ମହିଳା ଟିଟିଇ ଖୋଲାଖୋଲି ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି କେବଳ ଏତିକି ନୁହେଁ ଏହି ତିନିଜଣ ମହିଳା ଟିଟିଇ ଉକ୍ତ ମହିଳା ଯାତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ କଲର ଟାଣି ଘୋଷାଡ଼ି ନେଇଥିଲେ ତେବେ ଅନ୍ୟ ପ୍ଲାଟଫର୍ମରେ ଥିବା ଜଣେ ଯାତ୍ରୀ ଏହି ଘଟଣାକୁ କ୍ୟାମେରାରେ ରେକର୍ଡ କରି ଟ୍ୱିଟରରେ ସେୟାର କରିଛନ୍ତି ବରେଲି ଜଙ୍କସନର ପ୍ଲାଟଫର୍ମ ନମ୍ବରରୁ ତିନିଜଣ ମହିଳା ଟିଟିଇ ଜଣେ ମହିଳା ଯାତ୍ରୀଙ୍କୁ ଘେରି ରହିଥିଲେ ମହିଳା ଟିଟିଇ ଉକ୍ତ ମହିଳା ଯାତ୍ରୀଙ୍କୁ ଚାପୁଡ଼ା ମାରିଥିଲେ ଅନ୍ୟ ଜଣେ ଟିଟିଇ ମହିଳା ଯାତ୍ରୀଙ୍କ ହାତ ଧରିଥିଲେ

ପ୍ଲାଟଫର୍ମରେ ଭିଡ଼ ଜମୁଥିବା ଦେଖି ତିନିଜଣ ମହିଳା ଟିଟିଇ ଉକ୍ତ ଯାତ୍ରୀଙ୍କ କଲର ଧରି ତାଙ୍କୁ ସେଠାରୁ ଟାଣି ଟାଣି ନେଇ ଆସିଥିଲେ ଅନ୍ୟ ଜଣେ ମହିଳା ଯାତ୍ରୀ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ ଏହି ତିନି ଜଣ ମହିଳା ଟିଟିଇ ନିଜ ୟୁନିଫର୍ମରେ ଥବବା ସମୟରେ ଏଭଳି କାଣ୍ଡ କରିଛନ୍ତି ଭାଇରାଲ ଭିଡିଓକୁ ଦେଖିବା ପରେ ମୁରଦାବାଦର ଡିଆରଏମ ଆରକେ ସିଂ ଏବଂ ଉଜୈନ ନଗର ମଣ୍ଡଳର ଡିଆରଏମ ରେଖା ଯାଦବ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଘଟଣାର ଯାଞ୍ଚ ପରେ ମହିଳା ଟିଟିଇଙ୍କୁ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ମହିଳା ଟିଟିଇଙ୍କୁ ନୋଟିସ ଜାରି କରିବା ସହ ଘଟଣାର ଉତ୍ତର ରଖିବାକୁ କୁହାଯାଇଛି