ଆଜି କାଲି ଜଙ୍କ ଫୁଡ ଖାଇବା କାରଣରୁ ମୋଟା ହେବାର ସମସ୍ୟା ବଢିବାରେ ଲାଗିଛି । ହେଲ୍ଥ ଏକ୍ସପର୍ଟ ଅନୁସାରେ ମୋଟା ହେବା ଯୋଗୁ ଅନେକ ପ୍ରକାରର ରୋଗ ହୋଇଥାଏ । ମୋଟା ହେବା ମାତ୍ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଢିଥାଏ । ତେଥିପାଇଁ ଲୋକମାନେ ଜିମ ଯିବା ସହ ଡାଏଟ ମଧ୍ୟ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ଜିମରେ କିପରି ଓଜନ କମ କରିବେ । ୟୁନିଭରସିର୍ଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆ ଅନୁସନ୍ଧାନକାରିଙ୍କ ମୁତାବକ୍, ବାଦାମରେ ପ୍ରୋଟିନ୍ ବ୍ୟତୀତ ହେଲ୍ଦି ଫ୍ୟାଟ୍ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଫ୍ୟାଟ୍ କମ୍ ହୋଇଥାଏ । ତେବେ ଏହା ମଧ୍ୟ ଜଣାପଡିଛି ଯେ ବାଦାମ ଖାଇଥିବା କିଛି ଲୋକଙ୍କ ଓଜନ ୭ କିଲୋ କମ୍ ହୋଇଛି ।
ବାଦାମରୁ କିପରି ଲାଭ ମିଳେ :
ବାଦାମରେ ଆଣ୍ଟିଅକ୍ସିଡାଣ୍ଟ ସହ ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ବାଦାମ ଖାଇବା ଦ୍ୱାରା ଶରୀରରେ ଶକ୍ତିର ଅଭାବ ଅନୁଭବ ହୁଏ ନାହିଁ । ଏହା ବ୍ୟତୀତ ବାଦାମ ଖାଇବା ଦ୍ୱାରା ଶରୀର ଆକ୍ଟିଭ ରହିଥାଏ । ବାଦାମ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ର ଅଭାବ ପୁରା ହୋଇଥାଏ ।
କିଭଳି ବାଦାମ ଖାଇବା ଉଚିତ୍ :
ତେବେ ଓଜନ କମ୍ କରିବା ପାଇଁ ବାଦାମ ଖାଇବାର ସଠିକ୍ ପଦ୍ଧତି ଜାଣିବା ଉଚିତ୍ । ହେଲ୍ଥ ଏକ୍ସପର୍ଟଙ୍କ ଅନୁସାରେ, ୫ ରୁ ୧୦ ବର୍ଷର ଛୁଆ ପ୍ରତି ଦିନ ୨ ରୁ ୪ଟି ବାଦାମ ଖାଇବା ଜରୁରୀ । ଏହାସହ ୧୮ ରୁ ୨୦ ବର୍ଷର ପିଲା ପ୍ରତିଦିନ ୬ ରୁ ୮ ଟି ବାଦାମ ଖାଇବା ଉଚିତ୍ । ତେବେ ମହିଳାମାନେ ସବୁ ଦିନ ୧୨ଟି ବାଦାମ ଖାଇବା ଉଚିତ୍ ।
ବାଦାମ ଖାଇବା ପୂର୍ବରୁ କିଛି ଜରୁରୀ କଥା ଧ୍ୟାନ ରଖିବା ଉଚିତ୍ । ତେବେ ଯେଉଁ ଲୋକଙ୍କୁ ବାଦାମରୁ ଆଲର୍ଜି ଅଛି, ସେମାନେ ହେଲ୍ଥ ଏକ୍ସପର୍ଟଙ୍କ ପରାର୍ମଶରେ ବାଦାମ ଖାଇବା ଜରୁରୀ । ଏହା ବ୍ୟତୀତ ଅଧିକ ବାଦାମ ଖାଇବା ଠିକ୍ ନୁହେଁ । କାରଣ ଅଧିକ ବାଦାମ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ