ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ମୁର୍ସୁ ଣ୍ଡି ପଞ୍ଚାଯତ ଅନ୍ତର୍ଗତ ଘଣ୍ଟପାଲି ଖେଳ ପଡ଼ିଆରେ ମାଁ ନାରାୟଣୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲରେ ଡାହାଣୀପାଲି ଦଳ ଦେଉଳମୁଣ୍ଡାକୁ ହରେଇ ଚମ୍ପିଆନ ହୋଇଥିଲା। ପ୍ରଥମ ଫର୍ମାଟରେ ଡାହାଣୀପାଲି ୧୧ ଓଭରରେ ୯ ୱିକେଟ ହରାଇ ୧୦୧ ରନ କରିଥିଲା। ଯବାବରେ ଦେଉଳମୁଣ୍ଡା ନିର୍ଦ୍ଧାରିତ ୧୨ ଓଭରରେ ୯ ୱିକେଟ ହରାଇ ୯୨ ରନ କରି ପରାସ୍ତ ହୋଇଥିଲା। ଦ୍ବିତୀୟ ଫର୍ମାଟରେ ଡାହାଣୀପାଲି ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୯୨ ରନ ସଂଗ୍ରହ କରିଥିଲା । ଯବାବରେ ଦେଉଳମୁଣ୍ଡା ଦଳ ୮ ଓଭରରେ ୬ ୱିକେଟ ହରାଇ ୭୭ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସରପଞ୍ଚ ମନୋଜ ସାହୁ ମୁଖ୍ୟ ଅତିଥ୍ ପୂର୍ବତନ ଜିଲାପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ, ରାଜେନ୍ଦ୍ର ସରାଫ, ଏକଲବ୍ୟ ବେହେରା, ପ୍ରଭାସ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ବିଜେତା ଦଳର ବିଶି ମେହେରଙ୍କୁ ମ୍ୟାନ ଅପ୍ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଧନମାଳୀ ହୋତା ଓ ଲଳିତ ପଧାନ ଖେଳ ପରିଚାଳନା କରିଥିଲେ। ରୋହିତ ମାଳି ସ୍କୋରର ରହିଥିବା ବେଳେ ସିବୁଲ ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ। ଉମାଶଙ୍କର ହୋତା, ଗୌରାଙ୍ଗ ସାମଲ, ସୁନୀଲ ପଧାନ, ବିଭୂତି ପଧାନ, ବୁଲୁ ପଧାନ, ରୋଶନ ସାମଲ, ରିଳନ ସାମଲ, ପିଣ୍ଡୁ ପ୍ରମୁଖ ସହଯୋଗ କରିଥିଲେ।