ରାଜ୍ୟ ସରକାରଙ୍କ ଉପରେ ବର୍ଷୀଲେ ପୂର୍ବତନ ମନ୍ତ୍ରୀ ଡ଼ଃ ଦାମୋଦର ରାଉତ

0

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା ଠାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ନିରାକରଣରେ ସୁଚନା ଅଧିକାର ଆଇନ ଶୀର୍ଷକ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି ପୁର୍ବତନ ମନ୍ତ୍ରୀ ଡ଼ଃ ଦାମୋଦର ରାଉତ। କହିଛନ୍ତି କି ଅଣଓଡ଼ିଆ ବ୍ୟୁରୋକାଟଙ୍କ ଇଙ୍ଗିତରେ ପରିଚାଳିତ ସରକାର ଖଣି, ପାଣି, ଡାଲି, ବାଲି, ସାର୍, ପଲଥିନି ଏବଂ ସମବାୟ ସବୁ କ୍ଷେତ୍ରରେ ଦୁର୍ନୀତିରେ ବୁଡି ରହିଛି। ଏହି ଅଣଓଡିଆ ବ୍ୟୁରୋ କାଟଙ୍କ ସହଯୋଗରେ ଓଡ଼ିଆ ଝିଅ ବୋହୁଙ୍କ ଇଜ୍ଜତ ଲୁଟ କରାଯାଉଛି। ରାଜ୍ୟ ସରକାରଙ୍କୁ ସବୁ କ୍ଷେତ୍ରରେ ଦୁର୍ନୀତିରେ ବୁଡି ରହିଛନ୍ତି। ସୂଚନା ଅଧିକାର ଆଇନ କର୍ମୀଙ୍କ ସହିତ ସାମିଲ ହୋଇ କାର୍ୟ୍ୟ କରିବା ସହିତ ସରକାରଙ୍କର ମୁଖା ଖୋଲବି।

ଏପଟେ ନିମାପଡ଼ା ବିଧାୟକ ସମୀର ଦାସ ଇଙ୍ଗିତ କରି କହିଛନ୍ତି କି ୨୦୧୪ ନିର୍ବାଚନରେ ଟିକେଟ ପାଇବା ନିମନ୍ତେ ୬୦ ଲକ୍ଷ ଟଙ୍କା ସ୍ବର୍ଗତ କଳ୍ପତରୁ ଦାସଙ୍କୁ ଦେଇଥିବା ଅଭିଯୋଗ କରିଥିଲେ। ବିଗତ ଦିନରେ ବ୍ରାହ୍ମଣମାନଙ୍କ ବିଷୟରେ ଟିପଣୀ ହଟଚମଟ କରିଥିବା ପ୍ରସଙ୍ଗକୁ ଆଜି ମଧ୍ୟ ଉଠାଇଥିଲେ।

ତାସହ ପିସିସି ମିଡ଼ିଆ ସେଲର ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଭାଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ଦାସ ରାଜ୍ୟ ସଂଯୋଜକ ପ୍ରଦୀପ୍ତ ପ୍ରଧାନ ଏବଂ ବରିଷ୍ଠ ଆଇନଜୀବି ସୁଧୀର ମହାନ୍ତି ଭାଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।