ହାତ କୁ ଦି ହାତ ହେବେ ଡ଼୍ୟାନି

0

(ସୁର୍ଜିତ ଧଳ/ରିିପୋର୍ଟସ ଟୁଡ଼େ ): ଗତକାଲିର ବର୍ଷା ପରେ ପୁଣି ଶୀତ ଫେରିଛି । ଏହି ଶୀତରେ ସକାଳୁ ରେଜେଇ ଛାଡିବାକୁ ଜମାରୁ ଇଛା ହେଉନଥିଲା । ଘଣ୍ଟାକୁ ଚାହିଁଲାବେଳକୁ ୭.୩୦ ହୋଇସାରିଛି । ଉଠି ନିତ୍ୟକ୍ରମ ଶେଷ କରି ଧାଇଁଲି ଖଟିକୁ । ଗାଡି ପାର୍କ କରି ଖଟିରେ ପହଞ୍ଚିଲା ବେଳକୁ ଖଟିରୁ ହସର ଛୁଅ ଛୁଟୁଛି । ସିଏଏକୁ ନେଇ ସାରା ଦେଶରେ ଉତ୍ତେଜନା ହିଂସାକୁ ନେଇ ଆଜି ସାମ୍ବାଦିକ ଖଟିରେ ଜୋରଦାର ବିତର୍କ ପରିବର୍ତ୍ତେ ଏ ହସ୍ୟରୋଳ ମଗଜକୁ ପଶୁନଥିଲା । ଏକ ନିଶ୍ୱାସକେ ଖଟିରେ ପହଞ୍ଚି ଗଲି । ମତେ ଦେଖି ସ।।ଙ୍ଗଙ୍କ ହସ ଆହୁରି ଯୋର ଧରିଲା । ସତେ ଯେମିତି ମତେ ନେଇ କିଛି ଗୋଟେ ମଜା ଚାଲିଥିଲା? ପାଖ ଦୋକାନୀକୁ ଚା କପଟେ ଅଡର ଦେଇ ପଚାରିଲି କଣ କିରେ । ଏତେ ହସ । ସାଡେ ଦେଶଟା ଜଳୁଛି ସିଏଏ ନିଆଁରେ ଆଉ ତମେଗୁଡା ସାମ୍ବାଦିକ ହୋଇ ଗୁଲି ଗପ କରୁଛ?
ଗାଲୁଆ ସାଙ୍ଗଟା କହିଲା, ତୁ ଡେରିରେ ଉଠିବୁ ବୋଲି କଣ ସେ ଚର୍ଚ୍ଚା ବାକି ଅଛି? ମୁଁ ପଚାରିଲି, ତେବେ କଣ ପାଇଁ ଏ ହର୍ଷୋଲ୍ଲାସ? ମତେ ଦେଖି ପୁଣି ହସ ଦ୍ୱିଗୁଣିତ ହେଲା? ଖଟିର ଇନଫର୍ମର ବୋଲାଉଥିବା ନାରଣଭାଇ କହିଲେ, ନାଇଁ ମ । ତମ ପଟ କଥା ଚାଲିଥିଲା । ସତରେ ତମ ପଟିଆ ଲୋକଙ୍କୁ ମାନିଗଲୁ ଭାଇ । ଏଠି ଜଣକୁ ସମ୍ଭାଳିବା ଆମ ପାଇଁ କଷ୍ଟ, ଆଉ ତମ ପଟିଆ ଲୋକ ଗୋଟେ ପରେ ଗୋଟେ ବଦଳି ଚାଲିଛନ୍ତି । ପୁଣି ହସର ସୁଅ । ରାଗରେ ମୁଣ୍ଡ ଟିଣ ହୋଇଯାଉଥିଲା । ବିରକ୍ତ ହୋଇ କହିଲି, କ୍ଲିଅର କଥା କୁହ । ଆମ ପଟ ଲୋକଙ୍କୁ ନେଇ ଜଳୁଛ କାହିଁ । ଆମର ସେତିକି ଦମ ଅଛି ବୋଲି ଆମେ ବଦଳଉଛୁ ନା । ତମର ଦମ ନାହିଁ ତ ଆମେ କଣ କରିବୁ । ପଛରୁ ଚଗଲା କହିଲା, ଠିକ କହିଲୁ । ତମ ପଟିଆ ଲୋକଙ୍କ ପରି ଦମ ଆମର କାହିଁ । ପୁଣି ହସ । ଏଥିରେ ମୋ ମୁହଁର ରଙ୍ଗ ବଦଳି ଯାଇଥିଲା । ଶ.. କଥାଟା ଖୋଲିକି ନ କହି ଗୋଟେ ପାଲା ଚଲେଛନ୍ତି । ମୋ ମନୋଭାବ ଚଗଲା ବୁଝିଗଲା ବୋଧେ କହିଲା, ଆରେ ତମ ସୁକିନ୍ଦା ବିଧାୟକ ପୁଣି ବାହା ହେଉଛନ୍ତି । ନିର୍ବନ୍ଧ ବି ସରିଲାଣି । ତତେ କଣ ନିର୍ବନ୍ଧକୁ ଡକା ହେଇନି କିରେ?
ବରିଷ୍ଠ ସାମ୍ବାଦିକ ନାରଣ ଭାଇ କହିବା ଆରମ୍ଭ କଲେ, ସେ ସବୁ ଜାଣି ଅଜଣା ଚାଉଳ ଭାତ ଖାଉଛି । ସେ ତ ବିଧାୟକଙ୍କ ଗୁପ୍ତ ପିରତୀ ଓ ଛାଡପତ୍ର ଖବର ଛାପିଥିଲା । ମୋ ଇଜ୍ଜତ ଯାଉ ଯାଉ ରହିଗଲା । ମୁହଁରେ ମିଛ ହସ ଖେଳେଇ ସବଜାନତା ପରି ପଚାରିଲି ତମେ କେମିତି ଜାଣିଲ ଏକଥା? ଚଗଲା କହିଲା. ବିଶେଷ ସୂତ୍ରରୁ ଖବର ପାଇଲି । ତାଙ୍କର ଲୋକ କହିଛି, ଡାନି ବାବୁଙ୍କ ନିର୍ବନ୍ଧ ସରି ଯାଇଛି । ଅବଶ୍ୟ ପ୍ରଥମ ବିବାହ ପରି ଏତେ ହୋ ହାଲ୍ଲା, ବ୍ୟାଣ୍ଡ ବାଜା ନ ଥିଲା । ଗୁପଚୁପିଆ ଭାବେ ଅଳ୍ପ କିଛି ନିକଟତମ ବନ୍ଧୁଙ୍କୁ ନେଇ ଡାନି ନିର୍ବନ୍ଧ କାମ ବଢେଇ ଦେଲେ । ବାହାଘର ଖୁବ ଶୀଘ୍ର ହେଉଛି । ମୁଁ ପଚାରିଲି, ଆରେ କାହା ସହ? ସେ କହିଲା ସେଇ ସ୍ୱପ୍ନ ସୁନ୍ଦରୀ ସହ । ରୁପେଲି ପରଦାର ସେହି ରୂପସୀ, ଯିଏ ଡାନିଙ୍କୁ ଘାଇଲା କରିଦେଲା । ଯାହା ପାଇଁ ଡାନି ପାଣି ପରି କୋଟି କୋଟି ଟଙ୍କା ବୁହାଇଦେଇଥିଲେ । ଆଉ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ । ବିବାହ ପାଇଁ ବାବୁ ରାସ୍ତା କ୍ଲିୟର କରିଦେଲେ । ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଘରେ ଏବେଠୁ ଗହଳି ଦେଖିବାକୁ ମିଳିଲାଣି । ହେଲେ ଗୋଟିଏ କଥା, ଆମ ଓଡିଶାରେ କଣ ଝିଅ କମ ଥିଲେ ଯେ ବଙ୍ଗଲଳନାଙ୍କ ପ୍ରେମରେ ଗିରଫଦାର ହେଲେ ଡାନି?