ବେଣ୍ଟପୁର ଗ୍ରାମରେ ଆତଙ୍କ ରଚିଲା ଦନ୍ତା

0

(ଜଳେଶ୍ୱର / ଅଜିତ ସାହୁ ) : ଜନବସତି ମୁହାଁ ହେଲା ଦନ୍ତା । ଆସିଲା ଫସଲ ଭିତରେ ପଶିଲା ଓ ଧ୍ୱଂସ ଵିଧ୍ଵଂସ କରି ଚାଲିଗଲା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତ ବେଣ୍ଟପୁର ଗ୍ରାମର ମଧୁସୂଦନ ସାହୁଙ୍କ ବାଡିରେ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ,ଦନ୍ତାକୁ ଘଉଡାଇ ବାକୁ ଉଦ୍ୟମ କରୁଛି । ତେବେ ଜଙ୍ଗଲର କ୍ଷତିକ୍ଷତି ସହ ଖାଦ୍ୟ,ପାନୀୟ ଅଭାବ ଯୋଗୁଁ ଜନ ବସତି ଆଡ଼କୁ ଦନ୍ତା ମୁହାଁଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ , ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତ ବେଣ୍ଟପୁର ଗ୍ରାମରେ ଏକ ଗୋଠଛଡା ଦନ୍ତା ଗ୍ରାମର ପନିପରିବା ସହିତ କିଛି ଗଛ ନଷ୍ଟ କରିଛି । ତେବେ ପୂର୍ବରୁ ପଡୋଶୀ ମୟୁରଭଞ୍ଜ ଜିଲ୍ଲା ସମେତ ବାଲେଶ୍ୱର ଜିଲ୍ଲାର ନୀଳଗିରି, ଔପଦା ବ୍ଲକ ସମେତ, ରୁପସା, ଜଳେଶ୍ୱର ବ୍ଲକ ର ରାଇବଣିଆ ଅଞ୍ଚଳ,ବସ୍ତା ବ୍ଲକ ପୁରୋସତ୍ତମପୁର, ପତ୍ରଝଡ଼ା, ନଟକଟା, ପଞ୍ଚାୟତ ଅଞ୍ଚଳରେ ତାଣ୍ଡବ କରୁଥିଲା। ତେବେ ପ୍ରଥମ କରି ଟ୍ରେନ ଲାଇନ ଓ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଘଞ୍ଚ ଜନବସତି ଆଡ଼କୁ ମୁହାଁଉଛି। ତେବେ ଦନ୍ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।