ବିଦ୍ୟୁତ ତାର ଲାଗି ଗଲା ଦନ୍ତାର ଜୀବନ

0

ସୁନ୍ଦରଗଡ: ପୁଣି ଗଲା ଗଜରାଜଙ୍କ ଜୀବନ । ବିଦ୍ୟୁତ ତାର ଲାଗି ଦନ୍ତା ମୃତ । ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି।

ସୂଚନା ଅନୁଯାୟୀ, ହାତୀଟି ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା। ହଲେ ହାଠାତ୍ କୌଣସି କାରଣରୁ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ପାନପୋଷ ରେଞ୍ଜ ଅଧିକାରୀ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।ଅନ୍ୟପଟେ ଘଟଣା ସ୍ଥଳରେ ରାଉରକେଲା ଡିଏଫଓ ପହଞ୍ଚି ଏନେଇ ଅନୁଧ୍ୟାନ କରିଛନ୍ତି ।  ଇଟାଭାଟିକୁ ଯାଇଥିବା ଵିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଵରଣ କରିଥିବା ଵନ ଵିଭାଗ ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।  ତେବେ ଇଟାଭାଟି କର୍ମଚାରୀ ଫେରାର ଥିବା ଜଣାପଡିଛି ।