ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର

0

( ମମତା ସାମଲ): କାକଟପୁର ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଘଟଣାରେ ମନ୍ଦିରରେ ଅଚଳାବସ୍ଥା। ୩ ସେବାୟତଙ୍କୁ ପୋଲିସ ଗିରଫ କରିବା ଘଟଣାରେ ମାଆଙ୍କ ପୂଜାର୍ଚ୍ଚନାରେ ଅସହଯୋଗ କରାଯାଇଛି। ମାଆ ମଙ୍ଗଳାଙ୍କ ନୀତିକାନ୍ତି ସ୍ୱାଭାବିକ ରହିଥିଲେ ମଧ୍ୟ ଭକ୍ତମାନେ ପୂଜାର୍ଚ୍ଚନା କରିପାରୁନାହାଁନ୍ତି। ଫଳରେ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।

ଗତକାଲି ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମାଆଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ସେମାନଙ୍କୁ କିଛି ସେବାୟତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ କାକଟପୁର ଥାନାରେ ଅଭିଯୋଗ ହେବା ପରେ ୩ଜଣ ସେବାୟତଙ୍କୁ ଗିରଫ କରାଯାଇଥିଲା। ଏହାପରେ ସୋମନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଏହି ଘଟଣାରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ନିରପେକ୍ଷ ତଦନ୍ତ ସହ ସେବାୟତଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ସେବାୟତଙ୍କ ପକ୍ଷରୁ ଅସହଯୋଗ ଜାରି ରହିବ ବୋଲି ଧମକ ଦିଆଯାଇଛି ।