ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

0

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଦିନ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ ହେବ । ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଦିଲ୍ଲୀରେ ଗୋଟିଏ ପଯ୍ୟାୟରେ  ହୋଇପାରେ ନିର୍ବାଚନ ।  ଫେବୃଆରୀ ୨୩ରେ ସରୁଛି  ଦିଲ୍ଲୀ ବିଧାନସଭା କାଯ୍ୟକାଳ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ହେବ ତାରିଖ ଘୋଷଣା । ଦିଲ୍ଲୀରେ ଗୋଟିଏ  ପଯ୍ୟାୟରେ ନିର୍ବାଚନ  ହୋଇ ଆସିଛି । ଏଥର କେତୋଟି ପଯ୍ୟାୟରେ  ଭୋଟ ହେବ ତାହା ଉପରେ ନଜର ରହିଛି । ଏଥର ଦିଲ୍ଲୀ ଆପ – ବିଜେପି – କଂଗ୍ରେସ  ଭିତରେ ତ୍ରିମୁଖୀ  ଲଢେଇ ହେବ । ଦିଲ୍ଲୀ ଭୋଟରଙ୍କ ସଂଖ୍ୟା ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୮୩  ଲକ୍ଷ  ୪୯ ହଜାରରୁ  ଅଧିକ । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା  ୭୧ ଲକ୍ଷ ୭୩ ହଜାରରୁ ଅଧିକ ।