କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

0

ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । କର୍ଣ୍ଣାଟକ ବିଧାନସଭାର କାର୍ୟ୍ୟକାଳ ୨୪ ମେ ୨୦୨୩ ପର୍ୟ୍ୟନ୍ତ ରହିଥିବା ବେଳେ ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୦୧୧ ଜନଗଣନା ଅନୁଯାୟୀ କର୍ଣ୍ଣାଟକର ଜନସଂଖ୍ୟା ପ୍ରାୟ ୬ କୋଟି ୧୦ ଲକ୍ଷ ରହିଛି। ଏବେଠୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଲାଣି । ବିଜେପି, କଂଗ୍ରେସ ସମେତ ଜେଡିଏସ ନିର୍ବାଚନରେ ତିନି ପ୍ରମୁଖ ଦଳ। ଉଭୟ ଦଳର ଶୀର୍ଷ ନେତା ଏବେ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରୁଛନ୍ତି। ଦକ୍ଷିଣ ଭାରତରେ ବିଜେପି ଦୁର୍ବଳ ରହିଛି। କିନ୍ତୁ କର୍ଣ୍ଣାଟକରେ ବିଜେପି କ୍ଷମତାରେ ରହିଛି। ତେଣୁ ବିଧାନସଭା ନିର୍ବାଚନ ଜିତି ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଦକ୍ଷିଣ ଭାରତର ଭୋଟ୍ ବ୍ୟାଙ୍କକୁ ବଢାଇବାକୁ ଗୁରୁତ୍ୱ ଦେଉଛି। ସେହିପରି କଂଗ୍ରେସ ପୂର୍ବ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। କିନ୍ତୁ ବିଧାୟକମାନେ ଦଳରୁ ଇସ୍ତଫା ଦେବା ପରେ ବିଜେପି ସରକାର ଗଢିଥିଲା। ଅନ୍ୟପଟେ ଦୁର୍ନୀତିକୁ ପ୍ରସଙ୍ଗ କରି କଂଗ୍ରେସ ଏବେ ଜୋରଦାର ପ୍ରଚାର କରୁଛି। କର୍ଣ୍ଣାଟକରେ ପ୍ରତି ବିଧାନସଭାରେ ସରକାର ବଦଳେ। ତେଣୁ ଏଥର ବିରୋଧୀ ଆସନରେ ବସିଥିବା କଂଗ୍ରେସ ସରକାର ଗଢିବ ବୋଲି ଆଶା ରଖିଛି।