ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମପଂଚାୟତ ବାହାଡାପୋଷି ନିକଟସ୍ଥ ନିକିତିମାଳ ଜଙ୍ଗଲରୁ ଗଳିତ ଝୁଲନ୍ତା ମୃତ ଶରୀର ଉଦ୍ଧାର। ସୂଚନାଆନୁଯାୟୀ ଆଜି ସକାଳ 9ଟା ସମୟରେ ସ୍ଥାନୀୟ ଲୋକେ ସେଇ ରାସ୍ତା ଦେଇ ଜଙ୍ଗଲ ଯାଉଥିଲେ। ଫଳରେ ଏକ ପୁରୁଷର ଗଳିତ ଝୁଲନ୍ତା ମୃତ ଶରୀର ଦେଖି ଆଖ ପାଖ ଲକଙ୍କୁ ଜଣାଇବା ସହ ବାରକୋଟ ପୋଲିସଙ୍କୁ ଜଣାଇଥିଲେ। ବର୍ତମାନ ବାରକୋଟ ପୋଲିସ ପହଂଚି ତଦନ୍ତ କରୁଥିବା ଜଣା ପଡିଛି। ବର୍ତମାନ ସୁଦ୍ଧା ମୃତକ ଜଣକ କିଏ କୈଣସି ସନ୍ଧାନ ମିଳିପାରିନାହିଁ। ଏହା ଏକ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ଏ ନେଇ ତଦନ୍ତ କରୁଛି ପୋଲିସ।