କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ପଞ୍ଚାୟତ ପୋଡାପଡା ଗ୍ରାମର ବସନ୍ତ ଭୁକ୍ତାଙ୍କ ପୁଅ ଭଗବାନ ଭୁକ୍ତା(୨୦) ରୋଜଗାର ପାଇଁ ଚେନ୍ନାଇ ଯାଇ କାମ କରୁଥିବା ବେଳେ ସେଠାରେ ମୃତ୍ୟୁ ହୋଇଛି । ଅର୍ଥାଭାବରୁ ମୃତଦେହ ଫେରାଇ ଆଣି ପାରୁନାହାନ୍ତି ପରିବାର ଲୋକେ । ତେଣୁ ଏ ଦିଗରେ ସହାୟତା କରିବା ପାଇଁ ଜିଲ୍ଲାପାଳଙ୍କୁ ପରିବାର ଲୋକେ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ, ଭଗବାନ ଭୁକ୍ତା ବର୍ଷେ ହେଲା ତାମିଲନାଡୁ ଚେନ୍ନାଇର ଏକ ମେଟାଲ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ୧୯ ତାରିଖରେ ତାଙ୍କ ଶରୀର ଅସୁସ୍ଥ ହେବାରୁ ଗ୍ରାମର ଅନ୍ୟ ଜଣେ ଯୁବକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । କିନ୍ତୁ ଅର୍ଥାଭାବରୁ ପରିବାର ଲୋକେ ତାଙ୍କ ମୃତ ଦେହକୁ ଘରକୁ ଆଣିପାରୁ ନାହାନ୍ତି । ତେଣୁ ମୃତ ଦେହକୁ ଗାଁକୁ ଆଣିବାପାଇଁ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।