(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଠଗଡ଼ ରେଞ୍ଜ୍ ଅନ୍ତର୍ଗତ ତିଗିରିଆର ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ସକାଳେ ଏକ ମୃତ କଲରାପତରିଆ ବାଘ ଉଦ୍ଧାର ହୋଇଛି । ଏହାକୁ ଉଦ୍ଧାର ପରେ ତିଗିରିଆ ଫରେଷ୍ଟ୍ ଅଫିସ୍ରେ ରଖାଯାଇଛି।
ସୂଚନା ଅନୁଯାୟୀ, ଗତକାଲି କୁଣ୍ଣଳୀ ଜଙ୍ଗଲରେ ଏକ କଲାରପତରିଆ ବାଘର ମୃତଦେହ ପଡିଥିବା ଖବର ପାଇ ବନବିଭାଗ କର୍ମଚାରୀମାନେ ତରବରିଆ ଭାବେ ମୃତ ଦେହକୁ ପୋତିଦେଇଥିଲେ । ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ଲୋକେ ଏହାକୁ ନେଇ ଗଣ୍ଡଗୋଳ କରିଥିଲେ । ଏହାପରେ ଆଜି ସକାଳୁ ବନ ବିଭାଗ କର୍ମଚାରୀମାନେ ସେ ସ୍ଥାନକୁ ଖୋଳି ମୃତ ଦେହକୁ ବାହାର କରି ବନ ବିଭାଗ କାର୍ୟ୍ୟାଳୟକୁ ନେଇଥିଲେ । ବାଘର ମୃତ୍ୟୁ କିପରି ହୋଇଛି ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଅଧିକାରୀମାନେ ଜଣାଇଛନ୍ତି ।