ସାଲେପୁର, ସାତବାଟିଆ ନିକଟରେ ମୃତଦେହ ଉଦ୍ଧାର : ପରିଚୟ ମିଳୁନାହିଁ କି ମୃତ୍ୟୁର କାରଣ ସ୍ପଷ୍ଟ ନାହିଁ

0

ସାଲେପୁର:(ଜ୍ୟୋସ୍ନାରାଣୀ ସିଂ)କଟକ-କେନ୍ଦ୍ରାପଡା ମୁଖ୍ୟ କେନାଲ ର ସାଲେପୁର, ସାତ ବାଟିଆ ନିକଟରେ ଏକ ଅଜଣା ମୃତ ଶରୀର ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରୀ ରଖିଛି। ତେବେ ଏଠାରେ ବ୍ୟକ୍ତି ଜଣଙ୍କ କୈାଣସି କାରଣ ରୁ ମୃତ୍ୟୁ ବରଣ କରିଥିଲେ ନା ତାଙ୍କୁ ଅନ୍ୟ କେଉଁଠାରେ ହତ୍ୟା କରି ଏଠାରେ କିଏ ଫୋପାଡି ଦେଇଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।