ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

0

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: କରୋନା ମହାମାରୀ ସମୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଉଛି । ସୁସ୍ଥ ସମାଜରେ ଦୀର୍ଘ ଦେଢବର୍ଷରୁ ଉର୍ଦ୍ଧ୍ବ ହେଲା ଯୁବଗୋଷ୍ଠୀ କାମଧନ୍ଧା ନ ପାଇ ଆର୍ଥିକ ଅନାଟନରେ ପେଷି ହେବା ସହ ମାନସିକ ଭାରସାମ୍ୟ ହରାଉଛନ୍ତି ।ସମାଜିକ ପରିବେଶରେ ଅଶାନ୍ତି,ଆତ୍ମହତ୍ୟା ପ୍ରବଣତା, ଅସାମାଜିକତା ଓ ବିଶୃଙ୍ଖଳା ଦେଖାଦେଇଛି ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ରଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମରେ ।
ଶନିବାର ସକାଳୁ ଲୋକେ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ରାସ୍ତାକଡ ଦାଣ୍ଡବୋଷ ଗାଁର ଆକାଶିଆ ଗଛରେ ଶାଢୀରେ ଫାଶି ଦେଇ ଝୁଲନ୍ତା ଅବସ୍ଥାରେ ଥିବା ଏକ ଯୁବକର ମୃତଦେହ ଦେଖିବାକୁ ପାଇ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେଇଥିଲେ ।ରାଇରଙ୍ଗପୁର ଥାନା ଆଇଆଇସି ରେଣୁବାଳା ସାହୁଙ୍କ ନିର୍ଦେଶକ୍ରମେ ପୋଲିସ ଅଧିକାରୀ ଡି ଡି ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପôମହତ୍ୟା ମାମଲା ରୁଜୁ କରିବା ସହ ମୃତକର ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।ସୂଚନାଯୋଗ୍ୟ ଦାଣ୍ଡବୋଷ ଗ୍ରାମର ଶ୍ରୀଧର ହାଁସଦାଙ୍କ ୨୨ବର୍ଷୀୟ ପୁଅ ଲବ ହାଁସଦା ଶୁକ୍ରବାର ଦିନ ୩ଟା ବେଳୁ କୁଆଡେ ପଳାଇ ଯାଇଥିଲେ ।ରାତିରେ ମଧ୍ୟ ଘରକୁ ଫେରି ନ ଥିଲା ।ଘର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।