ଅଶାନ୍ତ ଧର୍ମଶାଳା, ମୃତ ଅର୍ଜିତଙ୍କ ଭାଇ ସୁଜିତଙ୍କୁ ମରଣାନ୍ତକ ଆକ୍ରମଣ

0

ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ବହୁ ଚର୍ଚିତ କ୍ରସର କର୍ମଚାରୀଙ୍କୁ ହତ୍ୟା ଘଟଣାର ମୃତ ଯୁବକ ଅର୍ଜିତ ଜେନାଙ୍କ ମାଉସୀ ପୁଅ ଭାଇ ନେଥେକାଚଣ୍ଡିଆ ଅଞ୍ଚଳର ସୁଜିତ ଜେନା  ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ରମ୍ପେଇ ଛକ ନିକଟରେ କିଛି ଦୁବୁର୍ତ୍ତ ହଠାତ ଆକ୍ରମଣ କରିଥିଲେ। ଫଳରେ ଗୁରୁତ୍ତର ଅବସ୍ଥାରେ ବଡ଼ଚଣା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତ୍ତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ହତ୍ୟା ଘଟଣାକୁ ମାତ୍ର ପାଞ୍ଚଦିନ ବିତିଛି। ବନ୍ଧୁ ଓ ପରିବାର ବର୍ଗଙ୍କ ଆଖିରୁ ୨୨ ବର୍ଷର ଭେଣ୍ଡିଆ ପୁଅକୁ ହରାଇବା ଦୁଃଖ ନଲିଭୁଣୁ ପୁଣି ସେହି ପରିବାରର ଆଉ ଜଣେ ପୁଅକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସାରା ଧର୍ମଶାଳାରେ ଚଞ୍ଚଲ୍ୟ ସୃଷ୍ଟି କରିଛି। ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି ଧର୍ମଶାଳା। ଥମିବାର ନାଁ ଧରୁନି ଆତଙ୍କ ରାଜ।  ଜିଲ୍ଲା ପୋଲିସ କୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି ଧର୍ମଶାଳାର କୁଖ୍ୟାତ ଅପରାଧୀ ମାନେ।