ପାରିତୋଷିକ ବୃଦ୍ଧି ଦାବିରେ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଧାରଣା

0

(ମୃତ୍ୟୁଞ୍ଜୟ /ସରୋଜ / ରିପୋର୍ଟସ ଟୁଡ଼େ ): ପାରିତୋଷିକ ବୃଦ୍ଧି ଦାବିରେ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନେ ଭୁବନେଶ୍ୱର ସ୍ଥିତ ଲୋୟର ପିଏଜିଠାରେ ଧାରଣା ଦେଇଛନ୍ତି । ସେମାନଙ୍କ କହିବା ଅନୁସାରେ , ବତର୍ମାନ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୭୪୦୦ ଟଙ୍କା ଏବଂ ୯୨୦୦ ଟଙ୍କାରେ ରାଜ୍ୟର ବିଭିନ୍ନ ସରକାରୀ ତଥା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସେମାନେ ଏହା ପରିବର୍ତ୍ତେ ପାରିତୋଷିକ ବୃଦ୍ଧି ଅର୍ଥାତ କେନ୍ଦ୍ର ଦେଉଥିବା ଦରମା ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ।
ଏ ସମ୍ପର୍କରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି କେନ୍ଦ୍ରରୁ ଚିଠି ଆସିଲେ ଆମେ ଦେବୁ ବୋଲି କହୁଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କୁ ଭେଟି ଆମର ଦାବି ଜଣାଇଲେ ସୁଦ୍ଧା ଏହା ରାଜ୍ୟର ବିଷୟ କହି ଟାଳି ଦେଇଛନ୍ତି । ଫଲରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି । ଅନ୍ୟପଟେ ଏନେଇ ଏକ ଦାବି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।
ତେଣୁ କରି ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ।