ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ

0

(ଅଜିତ ସାହୁ /ଜଳେଶ୍ୱର) : ନିଜର ହକ ଓ ନ୍ୟାୟ ଦାବି କରି , ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନଶନ ରେ ବସିଛନ୍ତି ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ମହିଳା।
ସୂଚନା ଅନୁସାରେ ବାଲିଆପାଳ ଠାରେ ୧୯୯୮ ମସିହା ଠାରୁ ଏକ ଜିମିର ବାଦ ବିବାଦ କୁ କେନ୍ଦ୍ର କରି ମାମଲା କୋର୍ଟରେ ବିଚାରାଧୀନ ରହିଛି। ତେବେ ଉକ୍ତ ସ୍ଥାନ ଉପରେ ବାଲିଆପାଳ ର ସରପଞ୍ଚଙ୍କ ପରିବାର ପକ୍ଷରୁ ଏକ ପେଟ୍ରୋଲ ପମ୍ପ ନିର୍ମାଣ ଧୀନ ରହିଛି। ଉକ୍ତ ବିବାଦୀୟ ଜାଗାକୁ ନିଜ ପରିବାରର ଦାବି କରି ସାଦକମ ତବାସୁମ ସେଠାରେ ପହଞ୍ଚି ମୋବାଇଲ ରେ ଭିଡିଓ ଉଠାଉଥିଲେ ।ଠିକ ସେହି ସମୟରେ ବାଲିଆପାଳ ପୋଲିସ ପକ୍ଷରୁ ଏସ ଆଇ ସ୍ବର୍ଣ୍ଣ ପ୍ରଭା ଜେନା ଏବଂ ଦୁଇଜଣ କନେଷ୍ଟବଳ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହିତ ଗିରଫ କରିବାର ଧମକ ଦେଇଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ସେଠାରେ ଖ୍ୟଣିକ ଉତେଜନା ମଧ୍ୟ ଦେଖା ଦେଇଥିଲା। ପୋଲିସ ର ଧମକ ରେ ମହିଳା ଜଣକ ଫେରି ଆସି ବାଲିଆପାଳ ଥାନାରେ ମହିଳା ଏସ ଆଇ ଙ୍କ ବିରୋଧ ରେ ଲିଖିତ ଅଭିଯୋଗ କରିଥିଲେ। ନ୍ୟାୟ ନମିଳିବାରୁ ଧାରଣା ମଧ୍ୟ ଦେଇଥିଲେ। ଧାରଣା ଚାଲିଥିବା ବେଳେ ରାତ୍ରି ରେ ପୋଲିସ ବିଭିନ୍ନ ଧମକ ଦେବା ସହ ତାର ବାପା ମା ଓ ଭାଈକୁ ପୋଲିସ ଉଠାଇ ନେଇ ବିଭିନ୍ନ ଧମକ ଦେଇଥିଲେ। ଏହାର ଦୃଢ଼ ପ୍ରତିବାଦ କରିବା ସହିତ ବସ୍ତା ଏସଡିପିଓ, ବାଲିଆପାଳ ଆଇଆଇସି , ଏବଂ ବାଲିଆପାଳ ଏସ ଆଇ ଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହିତ ତାଙ୍କ ଉପରେ ପୋଲିସ ର ମିଥ୍ୟା ମକର୍ଦମା ପ୍ରତ୍ୟାହାର ଦାବି କରି ବାଲେଶ୍ୱଏ ଜିଲାପାଳ ଅଫିସ ସମୁଖରେ ଅନଶନ ରେ ବସିଥିଲେ। ତେବେ ସନ୍ଧ୍ୟା ପାଞ୍ଚଟା ସମୟରେ ବାଲେଶ୍ୱର ଉପ ଜିଲ୍ଲାପାଳ ନିଲୁ ମହାପାତ୍ର ମହିଳାଙ୍କୁ ଭେଟି ତଦନ୍ତ କରି ଉଚିତ ନ୍ୟାୟ ଦେବାର ପ୍ରତିଶୃତି ପରେ ଅନଶନ ଭାଙ୍ଗି ଥିଲେ।