(ରିିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ) :ତିନି ଦଫା ଦାବି ନେଇ ଆଜି ବିଧାନସଭା ସମ୍ମୁଖରେ ହଜାର ହଜାର ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶତାଧିକ କନିଷ୍ଠ ଶିକ୍ଷକ ଆଶୟୀଙ୍କ ଆମରଣ ଅନଶନ ଜାରି ରହିବ ବୋଲି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ କୁହାଯାଯାଇଛି । ଆସନ୍ତା ବଜେଟ ଅଧିବସେନରେ ନୂତନ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଘୋଷଣା ନକଲେ ଆଗାମୀ ଦିନରେ ରାଜ୍ୟରେ ଥିବା ବେକାରୀ ସିଟି /ବିଡ଼ିର ଛାତ୍ରଛାତ୍ରୀମାନେ ଆତ୍ମହୁତି ଦେବାକୁ ପଛେଇବେ ନାହିଁ ବୋଲି ସଂଘ ଚେତବନୀ ଦେଇଛି । ପ୍ରମୁଖ ଦାବୀ ହେଉଛି କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, କନିଷ୍ଠ ନିଯୁକ୍ତିର ବୟସମୀମା ୩୨ ରୁ ୨୪ ବର୍ଷକୁ ବୃଦ୍ଧି ଏବଂ ବେଆଇନଭାବେ ବିନା ଏନଓସି ଓ ସିଓଆର ଚାଲୁଥିବା ସମସ୍ତ ପ୍ରାଇଭେଟ ସ୍କୁଲକୁ ତୁରନ୍ତ ବନ୍ଦ ।
ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ତରଫରୁ ଗତବର୍ଷ ନଭେମ୍ବର ୧୧ ଓ ୨୯ ତାରିଖରେ ବିଧାନସଭା ସମ୍ମୁଖରେ ବିଶାଳ ରାଲି ଓ ଗଣଧାରଣା ପ୍ର୍ରଦର୍ଶନ କରାଯାଇଥିଲା ।ଏଥିରେ ହଜାର ହଜାର ସିଟି / ଡ଼ି.ଇଏଲ.ଇଡ଼ି/ ବି.ଇଡ଼ି ପିଲାମାନେ ଯୋଗଦେଇଥିଲେ । ସରକାରଙ୍କ ଡ଼ାକରା କ୍ରମେ ସଂଘର ପ୍ରତିନିଧି ମଣ୍ଡଳୀ ସହ ବିଭାଗୀୟ ଅଧିକାରୀଙ୍କର ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀମାନେ ମଧ୍ୟ ନୂତନ ନିଯୁକ୍ତି ପ୍ରକାଶ ସହ ଅନ୍ୟାନ୍ୟ ଦାବି ଗୁଡ଼ିକ ପୂରଣ ନିମନ୍ତେ ଖୁବଶୀଘ୍ର ପଦକ୍ଷେପ ନେବେବୋଲିି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ମଓ୍ୟ ସରକାର ଅଦ୍ୟାବଧି ଗୋଟିଏ ଦାବି ପୂରଣ କରିନାହାନ୍ତି ଯଦି ସରକାର ଦାବି ପୂରଣ ନିମନ୍ତେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସଂଘର ଆହ୍ୱାନରେ ଶତାଧିକ ସିଟି / ବିଇଡ଼ି ପିଲାମାନେ ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବାକୁ ପଛେଇବେ ନାହିଁ ବୋଲି ସଂଘର ସଭାପତି ଧନଞ୍ଜୟ ଜେନା ଓ ସାଧାରଣ ସମ୍ପାଦକଜୀବନବନ୍ଧୁ ଭୋଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।