(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ) : ଦାରିଦ୍ର ସୀମାରେଖା ତଳେ ଥିବା ପରିବାରକୁ ବାସ ଗୃହ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଯୋଗ୍ୟ ହତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ପରିଲିକ୍ଷିତ ହୋଇଛି । ଏହାର ଜଳନ୍ତା ଉଦାହାରଣ ମୟୁରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ବାଗବୁଡ଼ା ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳିଛି । ଆଜକୁ ପିତୃପୁରୁଷଙ୍କ ଦୀର୍ଘ ବର୍ଷ ହେଲା ବସ ବାସ କରିଆସୁଛନ୍ତି । ଏବାବଦରେ ଏମଏଲଏ , ବିଡ଼ିଓ ଓ ସରପଞ୍ଚ ତିଲୋଚନ ସିଂ ପିଏସ ମେମ୍ବର କର୍ଣ୍ଣ ନାଏକଙ୍କୁ ଅନେକ ଥର ଘର ଖଣ୍ଡିକ ପାଇଁ ଗୁହାରି ଜଣେଇ ଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଟିକିଏ ବର୍ଷା ହେଲେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ୁଛି । ସେଇ ଘରେ ପୋଲିଥିନ ଘୋଡ଼େଇ ଖରା ବର୍ଷା ସିତ କାକରରେ ଦିନ କାଟୁଛନ୍ତି ମିଲନ ଘୋଷା । ଦୁଇ ପୁଅ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ କଥା କେହିବି ଶୁଣୁ ନାହାନ୍ତି । ତେବେ ଅସହାୟ ବୁଢୀ ମାଆ କୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦିଆଯିବା ନିମନ୍ତେ ସର୍ବ ସାଧାରଣରେ ଦାବୀ ହୋଇଛି ।