କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା  ୨ ପ୍ରତିଶତ ବୃଦ୍ଧି

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।  ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ପେନସନଧାରୀଙ୍କ ମହଙ୍ଗା ଆଶ୍ବସ୍ତି (ଡିଆର) ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯିବ । କେନ୍ଦ୍ର କ୍ୟାବିନେଟରେ ସରକାରଙ୍କ ତରଫରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । । ସପ୍ତମ ବେତନ ଆୟୋଗ ଅଧୀନରେ ଏହି ବୃଦ୍ଧି କରାଯାଇଛି।

ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା । ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା। ଏବେ ୨ ପ୍ରତିଶତ ଡିଏ ବଢ଼ିବା ଫଳରେ କର୍ମଚାରୀଙ୍କ ବେସିକ ସାଲାରୀରେ ୨ ପ୍ରିତିଶତ ଡିଏକୁ ଯୋଡ଼ାଯିବ।