ପାଇଖାନା ଟାଙ୍କୀରୁ ମୃତ ଦେହ ଉଦ୍ଧାର

0

(ପ୍ରିୟଦର୍ଶନୀ ସ୍ୱାଇଁ): ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତ ଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ମଳିପଡ଼ା ନିକଟରେ । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ରାଞ୍ଚି ପାପୁର ଗ୍ରାମର ଶ୍ରମିକ ବିନ ସୟିଦ(୨୨) । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ଶବକୁ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଘଟଣାର ତନାଘନା ଜାରି ରଖିଛି ପୋଲିସ ।
ସୂଚନାନୁଯାୟୀ, ଘରର ନିର୍ମାଣ କାମ ନେଇଥିବା ଠିକାଦାର ଜଣକ କୌଣସି ଏକ କାମ ପାଇଁ ବିନକୁ ପଠାଇଥିଲେ । ଅଳ୍ପ କାମ ଥିବାରୁ ବିନ ଏକା ଯାଇଥିଲା । କିଛି ସମୟ ପରେ ନଫେରିବାରୁ ଠିକାଦାରଙ୍କ ମନରେ ସନେ୍ଧହ ସୃଷ୍ଟି ହୋଇଥିଲା । ବାରମ୍ବାର କଲ ସ୍ୱର୍ତ୍ତେ ଫୋନ ନଉଠାଇବାରୁ । ନିର୍ମାଣ ହେଉଥିବା ଘର ପଛପଟ ପାଇଖାନା ପାଖକୁ ଯାଇ କଲ କରିଥିଲେ ଠିକାଦାର । ଭାଗ୍ୟବସଃତ କଲଟି ରିଙ୍ଗ୍ ହୋଇଥିଲା । ଠିକାଦାର ଦେଖିବା ବେଳକୁ ପାଇଖାନା ଟାଙ୍କିରୁ ରିଙ୍ଗ ଶୁଣିବାକୁ ପାଇଥିଲେ । ଠିକାଦାର ତାକୁ ମରି ପଡ଼ିଥିବାର ଦେଖି ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଟାଙ୍କୀଭିତରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପାରିପାଶ୍ୱିକ ଅବସ୍ଥାରୁ ଜଣାପଡ଼ିଛି ।