(କନ୍ଧମାଳ / ବନବାସୀ ପ୍ରଧାନ): ଗତ ଜାନୁୟାରୀ ମାସରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମାହା ସାହିର ଶୁଭେନ୍ଦୁ ମଳିକ ନିଖୋଜ ହୋଇଯାଇଥିଲା ।ନିଖୋଜର ୨୦ଦିନ ପରେ ପରିବାର ଲୋକଙ୍କ ପକ୍ଷରୁ ୧୭ତାରିଖ ଦିନ ରାଇକିଆ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ତଦନ୍ତରେ ଅବହେଳା କରିବାରୁ ସୋମବାର ଦିନ ଗ୍ରାମବାସୀ ପକ୍ଷରୁ ରାଇକିଆ ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।ରାସ୍ତାରୋକ ହଟାଇବାକୁ ଜିଉଦୟଗୀରି SDPO ଓ ଟିକାବାଲି,ସାରଙ୍ଗଗଡ,ରାଇକିଆ ଥାନା ଅଧିକାରୀ ରାସ୍ତାରୋକ ହଟାଇବାକୁ ଲୋକମାନଙ୍କୁ ବୁଝାଇ ଥିଲେ ।କିନ୍ତୁ ଆନ୍ଦୋଳନକାରୀ ମାନେ ନିଖୋଜ ଶୁଭେନ୍ଦୁ ମଳିକକୁ ପୋଲିସ ଖୋଜିନଆଣିଲା ପଯ୍ୟନ୍ତ ରାସ୍ତା ରୋକ ହଟିବ ନାହିଁ ବୋଲି ଚେତାବନି ଦେଇଥିଲେ ।SDPOଙ୍କ ନିଦ୍ଦେଶରେ ୨୫ଜଣଙ୍କୁ ପୋଲିସ ଆରେଷ୍ଟ କରି କୋର୍ଟ ଫରଓ୍ବାଡ କରିଥିଲେ ।ଆଜି ନିଖୋଜ ବ୍ୟକ୍ତୀ ଶୁଭେନ୍ଦୁ ମଳିକଙ୍କ ମୃତ ଦେହ ସୁଧାକିରନ କଲେଜ ପାଚେରୀ ପାଖରୁ ମିଳିଥିଲା ।ବତ୍ତମାନ ପରିବାର ପକ୍ଷରୁ ପୋଲିସ ଅବହେଳା ହେତୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।ଏତଲାର ଏତେଦିନ ପରେ ମଧ୍ୟ ନିଖୋଜ ଶୁଭେନ୍ଦୁକୁ ପୋଲିସ ଠାବ କରିପାରିଲା ନାହିଁ ଯାହା ଫଳରେ ପୋଲିସର ଅବହେଳା ଦର୍ଶାଇ ପୋଲିସ ବିରୋଧରେ ସିବିଆଇ,କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଏବଂ ହତ୍ୟା ଘଟାଇଥିବା ଦୋଷି ମାନଙ୍କୁ ଶିଘ୍ର ଧରିବାକୁ ଦାବୀ କରିଛନ୍ତୀ ।