ଚିକିତ୍ସା ଅବହେଳାରୁ କାର୍ୟ୍ୟରତ ସୀମା ସୁରକ୍ଷା ବଳ ଯବାନଙ୍କ ମୃତ୍ୟୁ ଅଭିଯୋଗ

0

( ସୁଜିତ ଶତପଥୀ / କୁସୁମୀ ): ଚିକିତ୍ସା ଅବହେଳାରୁ କାର୍ୟ୍ୟରତ ସୀମା ସୁରକ୍ଷା ବଳ ଯବାନ ଙ୍କ ମୃତ୍ୟୁ। ଅଭିଯୋଗ ଆଣିଲେ ସାଙ୍ଗ ସାଥି ଓ ପରିବାର ଲୋକେ। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସଠିକ ସମୟରେ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ନ ଦେବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ସାଙ୍ଗ ସାଥି ଓ ପରିବାର ଲୋକେ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଯୋଡାପୋଖରି ଗ୍ରାମର ଶ୍ୟାମ ଚରଣ ଟୁଡୁ ଙ୍କ ପୁଅ ଫାଗୁ ଟୁଡୁ (୩୧) ଦୀର୍ଘ ଏଗାର ବର୍ଷ ହେବ ସୀମା ସୁରକ୍ଷା ବାହିନୀର ଜଣେ ଯବାନ ଭାବେ ଜାମ୍ମୁ କାଶ୍ମୀର ର ଶ୍ରୀନଗର ରେ କାର୍ୟ୍ୟରତ ଥିଲେ। ତେବେ ଦେହ ଅସୁସ୍ଥତା କାରଣରୁ ସେ ଅଧିକ ଚିକିତ୍ସା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ ମଧ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇନଥିଲେ। ଫଳରେ ୨୨/୨/୨୦ ରେ ଦିନ ୧୨ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀର କୁ ଯବାନ ମାନେ ଯୋଡାପୋଖରି କୁ ଆଣି ପରିବାର ଲୋକ ଙ୍କ ଉପସ୍ଥିତି ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲେ। ତାଙ୍କୁ ରାଷ୍ଟ୍ରୀୟ ସଲାମୀ ମଧ୍ୟ ଦିଆଯାଇଥିଲା। ମୃତକଙ୍କ ମାଆ, ସ୍ତ୍ରୀ ସହିତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଙ୍କୁ ହରାଇ ତାଙ୍କ ସ୍ତ୍ରୀ ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।