ପାଣି ଭିତରୁ ବ୍ୟକ୍ତିଙ୍କ ମୃତ ଦେହ ଠାବ

0

ବରଗଡ଼/ସୁବାସ ଦୋରା : ପୋଖରୀ ଭିତରୁ ବ୍ୟକ୍ତିଙ୍କ ମୃତ ଦେହ ଠାବ | ବିଜେପୁର ଦାମୋଦର ବନ୍ଧରେ ଥିବା ମେଗା ପ୍ରକଳ୍ପରେ ମିସ୍ତ୍ରୀ ଭାବେ କାମ କରୁଥିବା କୁଡ଼ାପଡ଼ାର ବିକାଶ ଭୁଏଙ୍କୁ କେହି ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଜଣା ପଡ଼ିଛି l ଉକ୍ତ ଶବ ପାଖରେ କିଛି ଲୁହା ଛଡ ପଡ଼ିଥିବା ଦେଖାଦେଇଛି ଓ ବାହାରୁ ଆସିଥିବା କିଛି ଲେବର ଫେରାର ମାରିଛନ୍ତି ତାଙ୍କୁ ନେଇ ଏବେ ସନ୍ଦେହ ଘେର ରେ ରହିଛି। ଘଟଣା ସ୍ଥଳରେ ବିଜେପୁର ପୋଲିସ ଓ ସାଇଣ୍ଟିଫିକ ଟିମ ପଂହଁଚିନଥିବା ସୂଚନା | ବିକାଶ ଭୁଏଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ଅସ୍ପଷ୍ଟ l ତଦନ୍ତ ହେଲା ପରେ ପ୍ରକୃତ କାରଣ ଜଣାପଡିବ |