ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ

0

ପୁରୀ/ଜୟନ୍ତ ସେଠି : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ | ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତଳି ଗାଁ ପଞ୍ଚାୟତର ପୁରୁଜଙ୍ଗାର ଗ୍ରାମରେ । ତେବେ ଘରେ କାମ କରୁଥିବା ବେଳେ ରବି ଭୋଇ ବିଦ୍ୟୁତ ସଂସ୍ପର୍ଶରେ ଆଘାତ ହୋଇଥିଲେ। ପରିବାର ସହ ଗ୍ରାମବାସୀ ଗୋପ ମେଡିକାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଖବର ପାଇ ଗୋପ ଥାନା ଅଧିକାରୀ ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି। ସେପଟେ ପରିବାର ପକ୍ଷରୁ ବିଦ୍ୟୁତ ବିଭାଗକୁ ଦୋଷ ଦେବା ସହ କ୍ଷତିପୂରଣ ଦାବି କରିଛନ୍ତି।