ଆଶ୍ରମପାଟଣା ଗ୍ରାମରେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

0

ଜଗତସିଂହପୁର/ପ୍ରତାପ କୁମାର ସିଂ : ଆଶ୍ରମପାଟଣା ଗ୍ରାମରେ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ଆଜି ମଧ୍ୟାହ୍ନ ସମୟରେ ଜଗତସିଂହପୁର ସଦର ବ୍ଲକ ଖଇରଙ୍ଗ ଗ୍ରାମପଞ୍ଚାୟତର ଆଶ୍ରମପାଟଣା ଗ୍ରାମର ଅନ୍ତର୍ଯ୍ୟାମୀ ରଣାଙ୍କ ୩୨ ବର୍ଷୀୟ ପୁଅ ଅମିତ ରଣା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଫିଡ୍ସ ମାରିବାରୁ ପୋଖରୀରେ ବୁଡି ଯାଇଥିଲେ । ପରେ ସ୍ଥାନୀୟଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଜଗତସିଂହପୁର ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ମୃତକ ଘରର ଏକମାତ୍ର ରୋଜଗାରକ୍ଷମ ପୁଅ । ଉକ୍ତ ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଏବଂ ଯୁବକର ପରିବାରକୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି |