ବରଗଡ଼/ସୁବାସ ଦୋରା : ରକ୍ତାକ୍ତ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଠାବ | ଘଟଣା ସ୍ଥଳରେ ବରପାଲି ପୋଲିସର ଛାନଭିନ ଜାରି | ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାରଗୁଡା ଗ୍ରାମରେ ରକ୍ତାକ୍ତ ଅବସ୍ଥାରେ ଜଣେ ଵୃଦ୍ଧଙ୍କ ମୃତଦେହ ଠାବ କରିଛି ପୋଲିସ l
ମୃତକ ଜଣଙ୍କ ହେଉଛନ୍ତି ବାରଗୁଡା ଗ୍ରାମର 62 ବର୍ଷୀୟ ଗୋପବନ୍ଧୁ ସେଠ l ତାଙ୍କ ଗ୍ରାମ ନିକଟରେ ଥିବା ରେଳ ଫାଟକ ସମ୍ମୁଖରେ ପାନ ଦୋକାନ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ତାଙ୍କର ହତ୍ୟା କରାଯାଇଥିବା ସୂଚନା ମିଳିଛି l ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ବରପାଲି ପୋଲିସ ଓ ସାଇଣ୍ଟିଫିକ ଟିମ ପଂହଁଚି ଅଧିକ ତଦନ୍ତ ଜାରି ରଖିଛି l