୧୪ ଘଣ୍ଟା ମଧ୍ୟରେ ଗୋଟିଏ ପରିବାରର ତିନି ମୃତ

0

(ସୋନପୁର / ଓମ ପ୍ରକାଶ ମିଶ୍ର ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ପଧାନ ପାଲି ଗ୍ରାମରେ ମିଳିଛି ଏକ ଅଭାବନୀୟ ଘଟଣା।ଜନ୍ମ ହେଲେ ମୄତ୍ୟୁ ଧୄବ ସତ୍ୟ। ହେଲେ ମାତ୍ର ୧୪ ଘଣ୍ଟା ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଙ୍କ ମୄତ୍ୟୁ ସମସ୍ତ ଙ୍କୁ ଚକିତ କରିଦେଇଛି।ମାତ୍ର କିଛି ଘଣ୍ଟା ର ବ୍ୟବଧାନରେ ଜଣଙ୍କ ପରେ ଜଣଙ୍କ ର ମୄତ୍ୟୁ ହେବା ଅଞ୍ଚଳ ବାସୀ ଙ୍କୁ ସ୍ତବ୍ଧ କରିଦେଇଥିଲା।
ସୂଚନା ଅନୁସାରେ ପଧାନ ପାଲି ଗ୍ରାମର ଦଶରଥ ବଘାର (୭୫),ତାଙ୍କ ଧର୍ମ ପତ୍ନୀ ଦୁପତି (୬୫)ଏବଂ ଦଶରଥ ଙ୍କ ସାନଭାଇ ସୁରୁ ବଘାର (୭୦)ଙ୍କର କିଛି ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିଲା।ବୁଧବାର ରାତି ପ୍ରାୟ ୧୨ ଟା ସମୟରେ ଦଶରଥ ବଘାର ଙ୍କ ମୄତ୍ୟୁ ଘଟିଥିଲା।ପରିବାର ଲୋକେ ସକାଳୁ ତାଙ୍କର ଶବ ପୋଡ଼ି କରି ଘରକୁ ଫେରିବା ବେଳକୁ ସାନଭାଇ ସୁରୁ ବଘାର ଙ୍କର ଦିନ ପ୍ରାୟ ୧୨ ଟା ସମୟ ରେ ମୄତ୍ୟୁ ହୋଇଯାଇଥିଲା।ସେହିପରି ଦିନ ପ୍ରାୟ ୨ ଟା ସମୟରେ ଦଶରଥ ଙ୍କର ଧର୍ମପତ୍ନୀ ଦୂପତି ଙ୍କର ଆଖି ବୁଜି ଦେଇଥିଲେ।ଏହି ଘଟଣା ପ୍ରଘଟ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।