(ରିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ): ସୁରାଟ ହାଉସିଂର ଶାଢି କଲର କମ୍ପାନୀରେ ନିଆଁ ଲାଗି ୫୦ରୁ ଉର୍ଦ୍ଧ କାରିଗର ଜୀବନ୍ତ ଦଗ୍ଧ । ଏପରି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । କାରଖାନାରେ ଏତେ ବଡ଼ଧରଣର ଅଗ୍ନିକାଣ୍ଡ କିପରି ଘଟିଲା ତାହା ସଠିକ କାରଣ ଜଣାନାହିଁ । କିନ୍ତୁ ଏଠି ପ୍ରଶ୍ନ ଉଠେ କି କାରଖାନାରେ କଣ ଅଗ୍ନିନିର୍ବାପକ ଯନ୍ତ୍ର କାମ କରୁନଥିଲା । ଯଦି ହଁ ତେବେ ଏତେ ବଡ଼ ଧରଣର ଅଘଟଣ ଘଟିଲା କିପରି । ଅନ୍ୟପଟେ ଯଦି କାରଖାନାରେ ଏହି ଯନ୍ତ୍ର କାମ କରୁନଥିଲା ତେବେ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇନଥିଲା କିପରି ।
କମ୍ପାନୀ ମାନେ କାରୀଗରଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନଥିବା ହେତୁ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ । ତେବେ ଯେକୌଣସି କମ୍ପାନୀ ହେଉ ପ୍ରଥମେ ଅଗ୍ନିନିରାପତ୍ତାକୁ ପ୍ରାଧାନ୍ୟ ଦେବା ନେଇ ସରକାରୀ ସ୍ତରରେ ଆଇନ ରହିଛି । କିନ୍ତୁ ବଡ଼ ବଡ଼ କମ୍ପାନୀ ମାନେ ଏହି ନିୟମକୁ ବେଖାତିର କରି ଚାଲିଆସୁଛନ୍ତି । ଅନ୍ୟପଟେ ସରକାର ମଧ୍ୟ ଖାଲି ଆଇନ କାନୁନ କରି ଚୁପ ବସିଯାଉଛନ୍ତି । ନିୟମକୁ ଖାମ ଖିଆଲ କରୁଥିବା କମ୍ପାନୀ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଦେଉ ନଥିବା ଜଣାପଡ଼ୁଛି ।