ପୋଖରୀରେ ବୁଡି ମୃତ୍ୟୁ

0

(ହେମନ୍ତ କୁମାର ରାଉତ / ଟାଙ୍ଗି ଚୌଦ୍ୱାର ): କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ବଡ଼ସାମନ୍ତରାପୁର ଗ୍ରାମ ଖଟୁଆ ସାହି ର ଶ୍ୟାମସୁନ୍ଦର ଖଟୁଆ ଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ଆଜି ସକାଳୁ ଶ୍ୟାମ ଖଟୁଆର ମୃତଦେହ ପୋଖରୀରେ ଭାସୁଥିବାର ଦେଖି ଚୌଦ୍ଵାର ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥଲେ ଗ୍ରାମବାସୀ। ଚୌଦ୍ଵାର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂହି ଗ୍ରାମବାସୀଙ୍କ ସହାୟତାରେ ମୃତକକୁ ପାଣିରୁ କାଢି କଟକ ବଡ଼ ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗ୍ରାମବାସୀଙ୍କ କହିବାନୁଯାୟୀ ଶ୍ୟାମ ଗତ କାଲି ଚାଷ କାମରେ ବିଲକୁ ଯାଇ ଅପରାହ୍ନରେ ପୋଖରୀରେ ଧୋଇ ହେଉଥିବାବେଳେ ତାର ଗୋଡ ଖସି ଯିବାରୁ ପୋଖରୀ ମଧ୍ୟକୁ ଚାଲିଯାଇଥିଲା ।ପାଖରେ ଥିବା ଲୋକେ ଗ୍ରାମବାସୀଙ୍କୁ ଡାକି ଥାନା ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇଁ ବିଭାଗ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥଲେ ।