ଡ଼ଙ୍ଗା ଭସାଇବା ବେଳେ ଭାସିଗଲେ ଛାତ୍ର

0

(ମନୋଜ ସାହୁ)ରାୟଗଡ଼ା: ରାୟଗଡା ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବରେ ଅଘଟଣ । ସ୍ଥାନୀୟ କଲେଜର ଜଣେ ଛାତ୍ରଙ୍କର ନଦୀରେ ବୁଡ଼ି ମୃତ୍ୟୁ ହୋଇଛି । ଛାତ୍ର ଜଣକଙ୍କ ହେଲେ ସୁମନ ବେହେରା , ସେ ଡ଼ିପ୍ଳୋମାର ୨ୟ ବର୍ଷ ଛାତ୍ର । ଏହି ଛାତ୍ର ଆଜି କଲେଜ ର ଅନ୍ୟ ତିନି ଛାତ୍ର ଙ୍କ ସହ ମିଶି ଝୁଲା ବ୍ରିଜ ନିକଟସ୍ଥ ନାଗବଳୀ ନଦୀ ରେ ଡଙ୍ଗା ଭସାଇବାକୁ ଯାଇଥିଲେ । ହଠାତ ସୁମନ ର ଗୋଡ଼ ନଦୀରେ ଖସି ଯିବାରୁ ନଦୀରେ ଭାସିଯାଇଥିଲେ । ପରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଆସି ନଦୀରୁ ସୁମନ ର ମୃତଦେହ ଉଦ୍ଧାର କରି ଶବବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ସୁମନ ର ଘର ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ରେ , ଏହି ଘଟଣା ପରେ ସ୍ତାନୀୟ ଅଞ୍ଚଳରେ ଶୋକ ର ବାତାବରଣ ଖେଳିଯାଇଛି । ରାୟଗଡା ପୋଲିସ ଘଟଣା ର ଅଧିକ ତଦନ୍ତ ଆରମ୍ଭ କରିଛି ।