(ଉଦଳା / ଦୀପକ ମିଶ୍ର ): ସାମାନ୍ୟ କଥାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟାରେ ଆରମ୍ଭ ହେଲା ବଚସା । ପାରିବାରିକ କଳହ ଏତେ ବଡ଼ ସାଂଘାତିକ ହୋଇଗଲା ଯେ ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ବାଡ଼େଇ ବାଡ଼େଇ ହତ୍ୟା କରିଲା ଜହ୍ଲାଦ ସ୍ୱାମୀ । ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ । ନାବରା ବିସ୍ଥାପିତ କଲୋନୀର ବାସିନ୍ଦା ବାସନ୍ତୀ ହୋ ଏବଂ ତାଙ୍କ ସ୍ୱାମୀ ରାସାଏ ହୋ ମଧରେ ଗତକାଲି ବିଳମ୍ବିତ ରାତିରେ ବଚସା ହୋଇଥିଲା । ଯାହାକି ବଚସା ଏତେ ଉଗ୍ର ରୂପ ନେଲା ଯେ ସ୍ତ୍ରୀ ବାସନ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ବାଡ଼େଇ ବାେଇଡ଼ ମାରି ଦେଲା ସ୍ୱାମୀ ରାସାଏ । ଘଟଣା ଘଟାଇବା ପରେ ରାସାଏ ଫେରାର ହୋଇଯାଇଥିବା ବେଳେ ଆଜି ସକାଳୁ ପରିବାର ଲୋକେ ର ଭିତରେ ବାସନ୍ତୀର ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏକ ନେଇଉଦଳା ପୋଲିସକୁ ଖବର ଦେଇଥିଲେ । ଉଦଳା ପୋଳିସ ଖବର ପାଇଁ ଘଟରାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ବାସନ୍ତୀ ଶାଶୁଙ୍କ କହିବାନୁସାରେ ତାଙ୍କ ପୁଅ ହିଁ ବୋହୂକୁ ହତ୍ୟା କରି ଫେରାର ହୋଇଯାଇଛି । ତେବେ ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।