ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଲୁଣା ନଦୀ କୁଳଗାଁଇଶାଳୋ ମଙ୍ଗଳା ଘାଟ ନିକଟରେ ନଦୀରେ ଲାଗିଛି ଅଜଣା ମୃତ ଦେହ । ସୁଚନା ମୁତାବକ କୁଳଗାଁଇଶାଳୋ ଗାଁ ଲୋକେ ନଦୀରେ ଗାଧୋଇବାକୁ ଯାଉଥିବା ସମୟରେ ଏକ ଅଜଣା ଯୁବକ ର ମୃତ ଦେହ ଲାଗିଥିବା ଦେଖି ନିଶ୍ଚିନ୍ତକୋଇଲି ଥାନା ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ଆସି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ୍ କରିଛି। ମୃତଦେହ କୁ କେହି ଦୁର୍ବୃତ୍ତ ମାନେ ହତ୍ୟା କରି ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରା ଯାଉଛି । ତେଣୁ ଏ ମୃତଦେହ କାହାର ଆଉ କିଭଳି ଏଠାକୁ ଆସିଲା ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ।